ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଏମସି ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଉଛି ୧୯୨୯। ମୃତଦେହଗୁଡ଼ିକୁ କେଉଁଠି ରଖାଯାଇଛି ଏହି ନମ୍ବରରେ କଲ କରି ସୂଚନା ପାଇହେବ।

ମୃତକଙ୍କ ସମ୍ପର୍କୀୟମାନେ ହସ୍ପିଟାଲରୁ ହସ୍ପିଟାଲକୁ ନବୁଲି ୧୯୨୯ ନମ୍ବରରେ କଲ୍ କରି ମୃତକଙ୍କ ବିଷୟରେ ସୂଚନା ପାଇପାରିବେ। ଏହା ସହ ବିଏମସିର ଓ୍ଵେବସାଟ www.bmc.gov.in ରହିଛି। ଏଥିରେ ମୃତକଙ୍କ ଚିହ୍ନଟ ପାଇଁ ଫଟୋ ଜାରି କରାଯାଇଛି।

ଏହା ସହିତ ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜେଶ ପ୍ରଧାନ-୬୩୭୦୯୪୬୨୮୭, ଆଶିଷ ପାତ୍ର-୭୯୭୮୦୯୫୨୯୩, ଦେବାଶିଷ ମିଶ୍ର-୬୩୭୦୫୮୫୨୨୧, ଦୀପକ କୁମାର ରାଉରତ-୮୨୪୯୨୧୭୪୧୫, ସନ୍ଦୀପ ମହାରଣା-୮୮୪୭୮୨୨୫୫୯, ଜ୍ୟୋତିପ୍ରକାଶ ମହାନ୍ତି-୯୮୫୩୩୯୪୮୩୪ ନମ୍ବରରେ ଯୋଗାଯୋଗ କରିହେବ।

ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଦୁଇଟି ଓ୍ଵେବସାଟ ଜାରି କରାଯାଇଛି। ଏଗୁଡ଼ିକ ହେଲା www.osdma.org ଓ  www.srcodisha.nic.in। ଏ ନେଇ ରବିବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ମୃତକମାନଙ୍କ ମଧ୍ୟରୁ ୧୬୦ ଜଣଙ୍କର ମୃତଦେହ ଭୁବନେଶ୍ୱର ଅଣାଯାଇଛି। ହେଲେ ମୃତଦେହ ଚିହ୍ନଟ କରିବାକୁ ସମସ୍ୟା ଦେଖା ଦେଇଛି। ମୃତଦେହ ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କରେ ଜାଣିବା ଭୁବନେଶ୍ୱରର ବିଭିନ୍ନ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ୧୬୦ ମୃତଦେହ ରଖାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ।

Tags: #BMCHelplineNumber #Train #TrainAccident #deadBody #BalasoreBahanaga

Comment