ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ। ଗୁରୁବାର ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ। www.chseresults.nic.in ଓ୍ଵେବସାଟରେ ପରୀକ୍ଷା ଫଳାଫଳ ଜାଣିହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଯୁକ୍ତ ୨ କଳା ସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ମଧ୍ୟ ଫଳାଫଳ ପ୍ରକାଶ ପାଇବ। ରାଜ୍ୟରେ ଗତ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ହୋଇଥିଲା। ମୋଟ ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରେ ଯୁକ୍ତ ୨ କଳାର ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନର ୧୯,୩୭୯, ବାଣିଜ୍ୟର ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାର ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଏହା ପୂର୍ବରୁ ଗତ ମେ’ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ୨ ବିଜ୍ଞାନରେ ପାସହାର ୮୪.୯୩ ପ୍ରତିଶତ ହୋଇଥିବାବେଳେ ବାଣିଜ୍ୟରେ ପାସହାର ରହିଥିଲା ୮୧.୧୨ ପ୍ରତିଶତ। ଉଭୟ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରିଥିଲେ। ଆଜି ପ୍ରକାଶ ପାଇବାକୁ ଥିବା କଳା ପରୀକ୍ଷା ଫଳକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି ଛାତ୍ରଛାତ୍ରୀ।

Tags: #Plus2ArtsResult #Education #Examination #Plus2ArtsExam2023

Comment