ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପୂର୍ବ ବଙ୍ଗୋପସାଗରର ମିଆଁମାର ଉପକୂଳରେ ଶୁକ୍ରବାର ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଘନୀଭୂତ ହେବାପରେ ଏହାର ଗତି ପଥ ବିଷୟରେ ଅଧିକ ତଥ୍ୟ ମିଳିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବଙ୍ଗୋପସାଗରର ଉତ୍ତର-ପୂର୍ବ ଅଞ୍ଚଳରେ ତାପମାତ୍ରା ଅଧିକ ରହିଥିବାରୁ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ କ’ଣ ରହିବ, ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଗକୁ ସୂଚନା ଦିଆଯିବ।

ଅନ୍ୟପଟେ ଓଡ଼ିଶାରେ ଏବେ ଜୁନ ୧୨ ତାରିଖ ଯାଏଁ ଖରା ଓ କାଳବୈଶାଖୀର ପ୍ରଭାବ ଜାରି ରହିବ। ରାଜ୍ୟରେ ଦିନ ସମୟରେ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ। ଏହାସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଜୁନ ୧୩ ତାରିଖ ପରେ ରାଜ୍ୟରେ ଖରା କମିବାର ସମ୍ଭାବନା ରହିଛି।

 

ସେହିପରି ଶୁକ୍ରବାର କାଳବୈଶାଖୀ ପାଇଁ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Tags: #LowPressure #BayofBengal #Monsoon #Rain #IMD

 

Comment