ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିଜର ଝାରସୁଗୁଡ଼ା ସ୍ଥିତ କମ୍ପାନି ପରିସରରେ ଏକ ‘ବଟରଫ୍ଲାଏ ପାର୍କ’ ପ୍ରତିଷ୍ଠା କରାଯାଇଛି। ଏହି ପାର୍କରେ ୩୦ରୁ ଅଧିକ ବିରଳ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ମିଳିବ। ପ୍ରଜାପତିମାନଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ୧୦୦ରୁ ଅଧିକ ପ୍ରଜାତିର ଗଛ ଲଗାଯାଇଛି। ଝାରସୁଗୁଡ଼ାର ପରିବେଶକୁ ଦୃଷ୍ଟିରେ ରଖି ଏହି ପାର୍କର ନିର୍ମାଣ କରାଯାଇଛି।

ଏହି ବଟରଫ୍ଲାଏ ପାର୍କ ମାଧ୍ୟମରେ ସ୍ଥାନୀୟ ଜୈବ ବିବିଧତା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ। ଜୈବ ବିବିଧତାର ସୁରକ୍ଷା ପାଇଁ ବେଦାନ୍ତ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ଏହି ପାର୍କ ଦ୍ୱାରା ବିଲୁପ୍ତ ପ୍ରାୟ ପ୍ରଜାତିର ପ୍ରଜାପତିଙ୍କ ବାସସ୍ଥାନର ପୁନରୁଦ୍ଧାର ଓ ସଂରକ୍ଷଣ ହୋଇପାରିବ।

“ପରିବେଶର ସ୍ଥିରତା ପାଇଁ ଜୈବ ବିବିଧତାର ସୁରକ୍ଷା କରିବା ନିହାତି ଆବଶ୍ୟକ। ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ବେଦାନ୍ତ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସହଭାଗିତାରେ ପରିବେଶ ପରିଚାଳନା ଦାୟିତ୍ୱକୁ ଆହୁରି ମଜବୁତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହି ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରି ଆମେ ଜୈବ ବିବିଧତାର ବିକାଶ ଓ ଏହାର ଭବିଷ୍ୟତ ଲାଗି ଏକ ଉତ୍ତମ ପରିବେଶ ଗଠନରେ ସହାୟକ ହେବୁ ବୋଲି ମୋର ଆଶା”, କହିଛନ୍ତି ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା।

ସେହିପରି ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀଙ୍କ ସହ ମିଶି ଝାରସୁଗୁଡ଼ା ଜିଲ୍ଲାରେ ଅନେକ ସଂଖ୍ୟରେ ବୃକ୍ଷ ରୋପଣ କରାଯାଇଛି। ଏଗୁଡ଼ିକ ମଧ୍ୟରେ ଅନେକ ଦୁର୍ଲଭ ପ୍ରଜାତିର ବୃକ୍ଷ ସାମିଲ ଅଛି। ଅନ୍ୟପଟେ ଝାରସୁଗୁଡ଼ାରେ ଥିବା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଆଶା କିରଣରେ କମ୍ପାନି ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଏହାଛଡ଼ା ବିଶ୍ଵ ପରିବେଶ ସପ୍ତାହ ଓ ଜୈବ ବିବିଧତା ସପ୍ତାହ କାର୍ଯ୍ୟକ୍ରମ ଅନ୍ତର୍ଗତ ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ା ସହରରେ ରୋଟାରି କ୍ଲବ ସହିତ ମିଶି ସ୍ୱଚ୍ଛତା ଅଭିଯାନ କରାଯାଉଛି। କମ୍ପାନିର କର୍ମଚାରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି ପାଇଁ ସାଇକେଲ ରାଲି ଓ ୱାକାଥନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ଜୈବ ବିବିଧତାର ବିକାଶ ପାଇଁ ମିଳିତ ଜାତିସଂଘ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ହାସଲ କରିବା ପାଇଁ ବେଦାନ୍ତ ଗ୍ରୁପ୍ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସହ ପରିବେଶ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡର ଏକ ଅଂଶ ଯାହା ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନି। ଏହା ଭାରତରେ ବ୍ୟବହାର ହେଉଥିବା ୫୦ ପ୍ରତିଶତ ଆଲୁମିନିୟମ ଉତ୍ପାଦନ କରିଥାଏ। ଆର୍ଥିକ ବର୍ଷ ୨୦୨୨-୨୩ରେ କମ୍ପାନି ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିଲା। ସେହିପରି ‘ଡାଓ ଜୋନସ ସଷ୍ଟେନିବିଲିଟି ଇଣ୍ଡେକ୍ସ’ ୨୦୨୨ରେ ବେଦାନ୍ତ ଆଲୁମିନିୟମ ସମଗ୍ର ବିଶ୍ଵରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା।

Tags: #ButterflyPark #VedantaAluminium #VedantaGroup #Jharsuguda

 

Comment