ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ‘ଜୁନିୟର ଇଣ୍ଟେଲିଜେନ୍ସ ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ମାସିକ ୨୫ ହଜାରରୁ ଆରମ୍ଭ କରି ୮୦ ହଜାର ଟଙ୍କା ଯାଏଁ ଦରମା ମିଳିବ।

ଇଣ୍ଟେଲିଜେନ୍ସ ବ୍ୟୁରୋରେ ବିଭିନ୍ନ ବିଭାଗରେ ଖାଲିଥିବା ଏହି ୭୯୭ଟି ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଜୁନ ୨୩ ଆବେଦନର ଶେଷ ତାରିଖ।

ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଗେଲ୍ ଇଣ୍ଡିଆର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜୁନିୟର ଇଣ୍ଟେଲିଜେନ୍ସ ଅଫିସର (ଗ୍ରେଡ-୨) – ୭୯୭

ଯୋଗ୍ୟତା

  • ଜୁନିୟର ଇଣ୍ଟେଲିଜେନ୍ସ ଅଫିସର ପଦବୀ ପାଇଁ ଆଶାୟୀ ପାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପାର୍ଥୀମାନେ ଇଲେକ୍ଟ୍ରୋନିକ୍ସ ଓ ଟେଲି କମ୍ୟୁନିକେସନ, ଆଇଟି ତଥା କମ୍ପ୍ୟୁଟର ସାଇନ୍ସ ଅଦି ବିଷୟରେ ଇଞ୍ଜିନୟରିଂ କିମ୍ବା ଡିପ୍ଲୋମା ପାସ କରିଥିବା ଆବଶ୍ୟକ
  • ପାର୍ଥୀମାନେ ଇଲେକ୍ଟ୍ରୋନିକ୍ସ କିମ୍ବା କମ୍ପ୍ୟୁଟର ସାଇନ୍ସ କିମ୍ବା କମ୍ପ୍ୟୁଟର ଆପ୍ଲିକେସନରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ‘ପ୍ରିଲିମିନାରି ପରୀକ୍ଷା’ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁ କରାଯିବ
  • ପ୍ରିଲିମିନାରି ପରୀକ୍ଷା, ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁର ନମ୍ବରକୁ ନେଇ ପ୍ରାର୍ଥୀଙ୍କୁ ନମ୍ବର ଦିଆଯିବ
  • ଶେଷରେ ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ

 

କେମିତି କରିବେ ଆବେଦନ

  • କେନ୍ଦ୍ର ଗୃହ ମନ୍ତ୍ରାଳୟ ୱେବସାଇଟ mha.gov.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଜୁନିୟର ଇଣ୍ଟେଲିଜେନ୍ସ ଅଫିସର’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ଏହାପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ କରିବାବେଳେ ନିଜର ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ଜୁନିୟର ଇଣ୍ଟେଲିଜେନ୍ସ ଅଫିସର ପଦବୀ ପାଇଁ ସବୁ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ପରୀକ୍ଷା କେବେ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଗୃହ ମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ।

Tags: #IntelligenceBureau #JuniorIntelligenceOfficer #Employment #Careers #MinistryofHomeAffairs

 

Comment