ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ଏହି ସମୟରେ ଆଖି ଧରିଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା, ସେମାନେ ବ୍ୟବହାର କରୁଥିବା କପଡ଼ାକୁ ବ୍ୟବହାର ନକରିବା ଏବଂ ଆଖି ଧରିଲେ ମନଇଚ୍ଛା ଔଷଧ ନପକାଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଏହି ସମୟରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା ଭଳି ସମସ୍ୟା ହୋଇଥାଏ। ତେବେ ଆଖି ଧରିବାର କାରଣ କ’ଣ ଓ କିପରି ଏହାର ଚିକିତ୍ସା କରିହେବ? ସେ ନେଇ ଡାକ୍ତର ସୂର୍ଯ୍ୟ କିରଣ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #EyeRedness #DoctorsAdvice #HealthCare #OdiaHealthTips

Comment