ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ୁଥିବା ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ।

ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଆଲିସା ଯାଇଥିବା ଦୁର୍ଘଟଣାସ୍ଥଳରେ କିଭଳି ପାଟିତୁଣ୍ଡ ହୋଇଥିଲା ଏବଂ ଆଲିସା ଜଣେ ମହିଳାଙ୍କ ହାତ ଧରିଥିବାବେଳେ ମହିଳା ଜଣକ କିପରି ତାଙ୍କ ହାତ ଛଡ଼ାଉଥିଲେ ତା’ର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଆଧାରରେ ଉଦିତନଗର ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରବିବାର ସନ୍ଧ୍ୟାରେ ଏକ ଘରୋଇ ବସ୍ କିଛି ଯାତ୍ରୀଙ୍କୁ ଧରି ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲାବେଳେ ଏସଟିଆଇ ଛକ ନିକଟରେ ଏକ କାରକୁ ଧକ୍କା ଦେଇଥିଲା। ପରେ କାରରେ ବସିଥିବା ଯୁବକ ବସ୍ ଡ୍ରାଇଭରର ଓ କଣ୍ଡକ୍ଟର ସହ ପାଟିତୁଣ୍ଡ କରିଥିଲେ। ପରେ କାରରେ ଥିବାର ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଖବର ପାଇ ଉଦିତନଗର ଥାନା ଏଏସଆଇ ଆଲିସା ନରମି ଲୁଗୁନ ଏବଂ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ ହଠାତ ବେହୋସ ହୋଇଯାଇଥିଲେ ଏଏସଆଇ  ଆଲିସା।

ଗୁରୁତର ଅବସ୍ଥାରେ ଆଲିସାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଆଲିସା ସୁସ୍ଥ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

Comment