ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଆଲିସ ଲୁଗୁନଙ୍କର ମାଡ଼ ଯୋଗୁଁ ନୁହେଁ ବରଂ ରୋଗ କାରଣରୁ ମୃତ୍ୟୁ ହୋଇଛି ବୋଲି ଶନିବାର ଦିନ ସୂଚନା ଦେଇଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର।

ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରୁ ଆଲିସାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏସପି ଏହି ସୂଚନା ଦେଇଛନ୍ତି। ଏଏସଆଇ ଆଲିସାଙ୍କ ଶରୀରରେ କୌଣସି କ୍ଷତି ଚିହ୍ନଟ ନଥିଲା। ସେ ଏକ ରୋଗରେ ପୀଡ଼ିତ ଥିଲେ। ଏହି ରୋଗ କାରଣରୁ ରାଗିବା ସମୟରେ ଶରୀରରେ ଅତ୍ୟଧିକ ହରମୋନ କ୍ଷରଣ ହୋଇଥିଲା। ଏହା ଯୋଗୁଁ ନିଶ୍ଵସ ପ୍ରଶ୍ଵସ ନେବାରେ ସମସ୍ୟା ହୋଇଥିଲା। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ଏସପି କହିଛନ୍ତି।

ଅକ୍ଟୋବର ୧ ତାରିଖ ସନ୍ଧ୍ୟାରେ ଏକ ଘରୋଇ ବସ୍ କିଛି ଯାତ୍ରୀଙ୍କୁ ଧରି ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲାବେଳେ ଏସଟିଆଇ ଛକ ନିକଟରେ ଏକ କାରକୁ ଧକ୍କା ଦେଇଥିଲା। ପରେ କାରରେ ବସିଥିବା ଯୁବକଙ୍କର ବସ୍ ଡ୍ରାଇଭର ଓ କଣ୍ଡକ୍ଟର ସହ ପାଟିତୁଣ୍ଡ କରିଥିଲେ। ପରେ କାରରେ ଥିବାର ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଖବର ପାଇ ଉଦିତନଗର ଥାନା ଏଏସଆଇ ଆଲିସା ନରମି ଲୁଗୁନ ଏବଂ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ ହଠାତ ବେହୋସ ହୋଇଯାଇଥିଲେ ଏଏସଆଇ ଆଲିସା।

ଗୁରୁତର ଅବସ୍ଥାରେ ଆଲିସାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଆଲିସା ସୁସ୍ଥ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଅକ୍ଟୋବର ୩ ତାରିଖରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଉଦିତନଗର ଥାନା ପୋଲିସ।

Tags: #Rourkela #uditnagarasi #AlishaLugundeathcase #postmortemreport

Comment