ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ପ୍ଲାଣ୍ଟରେ ଗୁରୁବାର ଏକ ଶିଳ୍ପ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଆଇନ ଶୃଙ୍ଖଳା ଓ ଶିଳ୍ପ ସୁରକ୍ଷା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦେଶକ ବି କେ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସୁରକ୍ଷା ସମ୍ମିଳନୀରେ ୮୦ରୁ ଅଧିକ ଶିଳ୍ପ ସୁରକ୍ଷା ଏକ୍ସପର୍ଟ ଓ ଅନ୍ୟ ପୋଲିସ ଓ ସିଆଇଏସଏଫ ଅଧିକାରୀମାନେ ଯୋଗ ଦେଇଥିଲେ। ଏଠାରେ ବିଭିନ୍ନ କଳ କାରଖାନାର ସୁରକ୍ଷା ପାଇଁ ଜ୍ଞାନର ଆଦାନ ପ୍ରଦାନ ଏବଂ ଔଦ୍ୟୋଗିକ ସୁରକ୍ଷା ଅଭ୍ୟାସର ଆବଶ୍ୟକତା ଉପରେ ଏକ୍ସପର୍ଟମାନେ ବକ୍ତବ୍ୟ ରଖିଥିଲେ।

“ବେଦାନ୍ତ ଆଲୁମିନିୟମ ନିଜ ପ୍ଳାଣ୍ଟଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ଉପରେ ସବୁବେଳେ ଧ୍ୟାନ ଦେଇ ଆସିଛି। ଆମେ ସୁରକ୍ଷା ପାଇଁ ସହଯୋଗୀ ଅନୁଷ୍ଠାନଗୁଡ଼ିକ ସହ ସହଭାଗିତା କରିଥାଉ। ଏହାଦ୍ଵାରା ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନର ଆଦାନ ପ୍ରଦାନ ବ୍ୟାପକ ହୋଇଥାଏ, ଯାହା କୌଣସି ଅସୁବିଧା ବେଳେ ସହାୟକ ହୋଇପାରିବ। ଏହାସହ କମ୍ପାନି କର୍ମଚାରୀ ଓ ଅନ୍ୟ ଲୋକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି”, କହିଛନ୍ତି ବେଦାନ୍ତ ଆଲୁମିନିୟମର ସିଓଓ ସୁନିଲ ଗୁପ୍ତା।

ଏହି କାର୍ଯ୍ୟକ୍ରମରେ ସୁରକ୍ଷା ଦୃଷ୍ଟିରୁ ବେଦାନ୍ତ ପକ୍ଷରୁ ନିଜର ପ୍ଲାଣ୍ଟରେ କରାଯାଇଥିବା ବ୍ୟବସ୍ଥାଗୁଡ଼ିକ ବିଷୟରେ ଉପସ୍ଥିତ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଶିଳ୍ପ ସୁରକ୍ଷା ପାଇଁ ଆବଶ୍ୟକ ଥିବା ଜ୍ଞାନ ଓ ସମ୍ବଳର ଆଦାନପ୍ରଦାନର ଗୁରୁତ୍ଵକୁ ଏଠାରେ ଦର୍ଶା ଯାଇଥିଲା।

Tags: #VedantaAluminium #SecuritySummit #IndustrialSecurity #KnowledgeSharing #Jharsuguda

Comment