ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା କୁଳଡ଼ିହା ଅଭୟାରଣ୍ୟରେ ବୁଧବାର ଦିନଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବାଘ ଗଣିବାକୁ ନିୟୋଜିତ ହୋଇଛନ୍ତି ୪୨ ଜଣ ବନ କର୍ମଚାରୀ।

କୁଳଡ଼ିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ବାଘ ଗଣନା ଆରମ୍ଭ ହୋଇଛି। ଏହି ଗଣନା ଅକ୍ଟୋବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ନୀଳଗିରିର କୁଳଡ଼ିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟରେ ୪୨ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବାଘ ଗଣନାର ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ।

ସେହିପରି ନୀଳଗିରି ରେଞ୍ଜ, ସୋର, ବାଲେଶ୍ଵର ଏବଂ ଚାନ୍ଦିପୁର ରେଞ୍ଜରେ ମଧ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ଏବଂ ଉପସ୍ଥିତି ଉପରେ ନଜର ରଖାଯିବ। ଏଥିପାଇଁ ୫୨ଟି ବିଟରେ ୨୫୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ଅଛନ୍ତି।

ଅକ୍ଟୋବର ପହିଲାରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ ତିନିଟି ପର୍ଯ୍ୟାୟରେ ବାଘ ଗଣନା ହେବାକୁ ଥିବାବେଳେ ନିୟୋଜିତ ହୋଇଛନ୍ତି ପ୍ରାୟ ୭୦୦ ବନ କର୍ମଚାରୀ।

Tags: #TigerCensus #Kuladihawildlifesanctuary #Balasore #odisha

Comment