ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଦୁର୍ଗମ ଅଞ୍ଚଳକୁ ଔଷଧ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିବ ଡ୍ରୋନ୍। କନ୍ଧମାଳ ପରେ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ପରୀକ୍ଷଣ ସଫଳ ହେଲେ ପରବର୍ତ୍ତୀ ସମୟରେ ଜିଲ୍ଲାର ଅପହଞ୍ଚ ଇଲାକାରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ।

ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷାମୂଳକ ଭାବେ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ଡାକ୍ତରଖାନାକୁ ଡ୍ରୋନ ସାହାଯ୍ୟରେ ଔଷଧ ପଠାଯାଇଛି। ଏହା ସଫଳ ହେବା ପରେ ଜିଲ୍ଲାର ସମସ୍ତ ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସହାୟତାରେ ଔଷଧ ଏବଂ ନମୁନା ପଠାଯିବ। ଜିଲ୍ଲା ମୁଖ୍ୟାଳୟରୁ ଡ୍ରୋନ ପରିଚାଳନା କରାଯିବ।

ଏହି ଯୋଜନା ଦ୍ଵାରା ଦୁର୍ଗମ ଅଞ୍ଚଳର ଲୋକେ ବିଶେଷ ଉପକୃତ ହୋଇପାରିବେ। ଲୋକଙ୍କୁ ଔଷଧ ପାଇଁ ଆଉ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

Tags: #Drones #Dronewilldelivermedicines #Rayagada #Remotearea #Odisha

Comment