ଓଡ଼ିଶାଲାଇଭ୍ ବ୍ୟୁରୋ

This image has an empty alt attribute; its file name is centurian-1024x474.jpg

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ଉପଖଣ୍ଡ ପିତାମହଲସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ଇସ୍କନ ପକ୍ଷରୁ ପାସୱାର୍ଡ ଫର୍ ହାପିନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରୁ ଆସିଥିବା ଇସ୍କନ ସଦସ୍ୟମାନେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଫାର୍ମାସି ଛାତ୍ରଛାତ୍ରୀଙ୍କୁ ଜୀବନରେ ଖୁସି ରହିବାର ମନ୍ତ୍ର ସମ୍ପର୍କରେ ବୁଝାଇବା ସହ ଶ୍ରୀମଦ ଭାଗବତ ଗୀତାରେ ଉଲ୍ଲେଖ ଥିବା କିଛି ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଇସ୍କନ ସଦସ୍ୟ ସାଚିଦ୍ୱାଳା ଗୌରହରି ଦାସ, ଆମରିତେଶ ଗୌର ଦାସ, ପାର୍ଥସାରଥୀ କର, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଡିନ୍ ଡକ୍ଟର ସଂଗ୍ରାମ କେଶରୀ ସ୍ଵାଇଁ ଓ ରାୟଗଡ଼ା ଶାଖା ନିର୍ଦ୍ଦେଶକ ଡକ୍ଟର ରାଜେଶ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ସଠିକ ମାର୍ଗରେ ଚାଲିରେ ଜୀବନରେ ସଫଳତା ମିଳିପାରି ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏହି ଅବସରରେ ଫାର୍ମାସି ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପସ୍ଥିତ ଥିଲେ।

Tags: #Rayagada #CenturianUniversity #Iskcon #PasswordForHappinessProgram

LEAVE A REPLY

Please enter your comment!
Please enter your name here