ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ଏବେ ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତେବେ ଖରାରୁ ରକ୍ଷା ପାଇବା ପାଇଁ ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ। ଏନେଇ କମିଶନରେଟ ପୋଲିସ୍ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। 

ଶନିବାର ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲମେଟକୁ ଭୁବନେଶ୍ୱର କମିଶନରେଟ ପୋଲିସ୍ ମୁଖ୍ୟାଳୟ ନିକଟରେ କାର୍ଯ୍ୟରତ ଜଣେ ଟ୍ରାଫିକ ପୋଲିସଙ୍କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଦିଆଯାଇଥିଲା। ଏହି ଅବସରରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହାର ନିରୀକ୍ଷଣ କରିଥିଲେ।

ଏହି ଏସି ହେଲମେଟ ସହ ସ୍ଵତନ୍ତ୍ର ବ୍ୟାଟେରୀ ଯୋଡ଼ା ହୋଇଛି। ଏହାଦ୍ଵାରା ହେଲମେଟ ଚାର୍ଜ ହେବ। ଥରେ ଚାର୍ଜ ହୋଇଗଲେ ହେଲମେଟଟି ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହି ହେଲମେଟ ଖରା ଦିନେ ଥଣ୍ଡା ପବନ ଦେବା ସହିତ ଶୀତ ଦିନେ ଗରମ ପବନ ଦେବ।

ଏହି ଏସି ହେଲମେଟର ପରୀକ୍ଷାମୂଳକ ବ୍ୟବହାର ସଫଳ ହେଲେ ଏହାକୁ ଭୁବନେଶ୍ୱରର ୭୨ଟି ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସଙ୍କୁ ଦିଆଯିବାକୁ ଯୋଜନା କରାଯାଇଛି।

Tags: #TrafficPolice #ACHelmet #Heatwave #Bhubaneswar

LEAVE A REPLY

Please enter your comment!
Please enter your name here