ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଳା ଜାତୀୟ ମାନ୍ୟତା। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଯେଉଁ ଦାବି ହୋଇଆସୁଥିଲା ଆଜି ତାହା ପୂରଣ ହୋଇଛି।
ଏଣିକି ଜାତୀୟ ଉତ୍ସବ ଭାବେ ପାଳନ କରାଯିବ କଟକର ଐତିହାସିକ ବାଲିଯାତ୍ରା। କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ଲାଗି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବା ଲାଗି ଗତ ୨୦୨୦ ମସିହାରେ ପୂର୍ବ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦାବି ମଧ୍ୟ ଜଣାଇଥିଲେ।
Tags: #Baliyatra #CuttackHistoricalBaliyatra #NationalStatus #Odisha


















