ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲଙ୍ଗନାର ନଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବାରୁ ଏଥିରେ ୨ ଦିନରୁ ଫସି ରହିଛନ୍ତି ୮ ଜଣ ଶ୍ରମିକ। ସେମାନଙ୍କୁ ବାହାର କରିବା ପାଇଁ ଏବେ ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି। ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି।  

ଏହି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଭାରତୀୟ ସେନାର ମଧ୍ୟ ସହାୟତା ନିଆଯାଉଛି। ଏନଡିଆରଏଫ ଟିମ୍ ସୁଡ଼ଙ୍ଗ ଭିତରୁ ପାଣି ବାହାର କରୁଛନ୍ତି। ସୁଡ଼ଙ୍ଗର ୧୧ରୁ ୧୩ କିଲୋମିଟର ଭିତରେ ଶ୍ରମିକମାନେ ଫସି ରହିଥିବା ଅନୁମାନ କରାଯାଉଛି।

ତେବେ ସୁଡ଼ଙ୍ଗ ଭିତରେ ୧୦୦ ମିଟର ଅଞ୍ଚଳରେ କାଦୁଅ ପଶି ଯାଇଥବାରୁ ଅନ୍ୟ ବାଟ କରି ଫସିଥିବା ଶ୍ରମିକଙ୍କ ପାଖକୁ ଯିବା ପାଇଁ ଉଦ୍ୟମ କରାଯାଉଛି। ଶ୍ରମିକମାନେ ଭୁଶୁଡ଼ିଥିବା ସ୍ଥଳରୁ ୨୦୦ ମିଟର ଦୂରରେ ଥିବା ସୂଚନା ମିଳିଛି।

ଶ୍ରୀଶୈଳମ ଡ୍ୟାମର ଦକ୍ଷିଣ କେନାଲକୁ ସଂଯୋଗ କରିବା ପାଇଁ ଏହି ଟନେଲ୍ ନିର୍ମାଣ କରାଯାଉଥିଲା। କେନାଲର ୧୪ କିଲୋମିଟର ଦୂର ଦୋମଲପେଣ୍ଠାଠାରେ ଟନେଲର ଏକ ୩ମିଟର ଲମ୍ବ ଅଂଶ ଭୁଶୁଡ଼ି ପଡ଼ିଥିଲା। ଟନେଲ ଖୋଳା କାମରେ ଅନେକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କୁ ମଧ୍ୟରୁ ୮ ଜଣ ଏହା ମଧ୍ୟରେ ଫସି ଯାଇଥିଲେ।

Tags: #TelanganaTunnelMishap #SLBCTunnelCollapse #Workers #RescueWork #Telangana

Comment