ଓଡ଼ିଶାଲାଇଭ୍ ବ୍ୟୁରୋ

ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି ଗୋଟିଏ କଅଁଳା ଜୀବନ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚାଲିଛି ଅହରହ ପ୍ରୟାସ। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ଏବଂ ସ୍ଥାନୀୟ ଲୋକ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲ ମଧ୍ୟରେ ମଙ୍ଗଳାର ଦିନ ଗୋଟିଏ ଶିଶୁର କାନ୍ଦ ଶୁଣିଥିଲେ ସେହି ବାଟ ଦେଇ ଯାତାୟତ କରୁଥିବା ଲୋକେ। କାନ୍ଦୁଥିବା ଶିଶୁକୁ ଖୋଜିବା ସମୟରେ ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ପରିତ୍ୟକ୍ତ ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା। ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ କର୍ମଚାରୀ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିବାକୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଡାକ୍ତର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଶିଶୁଟି ଉଦ୍ଧାର କରାଯିବା ପରେ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି।

ଆଜି ଅପରାହ୍ଣ ସାଢ଼େ ୩ଟାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶିଶୁଟି ପାଖକୁ ପାଇପ୍ ଯୋଗେ ଅକ୍ସିଜେନ ପଠାଯାଉଛି। ଶିଶୁଟିରୁ କାନ୍ଦ ଶୁଣାଯାଉଥିବା ଉଦ୍ଧାରକାରୀ ଦଳ। ଦିନେ କି ଦୁଇ ଦିନର ଶିଶୁଟିକୁ କେହି ଜାଣିଶୁଣି ପରିତ୍ୟକ୍ତ ବୋରୱେଲ ଭିତରେ ଫିଙ୍ଗି ଦେଇଥିବା କୁହାଯାଉଛି।

Tags: #BorewellMishap #Baby #RescueWork #Rengali #Sambalpur

Comment