ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ ସହ ପ୍ରଥମେ ଭିସା ଦରକାର ପଡ଼ିଥାଏ। ହେଲେ ବ୍ରାଜିଲ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ଭିସା ଦେବାକୁ ପଡ଼ିବ ନାହିଁ।
ଏଣିକି ବ୍ରାଜିଲ ଯିବାକୁ ହେଲେ କୌଣସି ଭାରତୀୟଙ୍କୁ ଭିସାର ଆବଶ୍ୟକତା ପଡ଼ିବ ନାହିଁ। ଏନେଇ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲ୍ସନାରୋ ସୂଚନା ଦେଇଛନ୍ତି।
ଫଳରେ ବିନା କୌଣସି ଭିସାରେ ଭାରତୀୟମାନେ ବ୍ରାଜିଲ ଯାଇପାରିବେ। ବ୍ରାଜିଲରେ ବାଣିଜ୍ୟ ବୃଦ୍ଧି କରିବା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ବ୍ରାଜିଲ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କେବଳ ଭାରତ ନୁହେଁ ଏହାସହ ଚୀନ ନାଗରିକଙ୍କୁ ମଧ୍ୟ ଏହି ସୁବିଧା ମିଳିବ ବୋଲି ସେ କହିଛନ୍ତି।
ଗତବର୍ଷ ବ୍ରାଜିଲର ଶାସନଭାର ସମ୍ଭାଳିଥିବା ପରେ ଦେଶରେ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ସେ ଅନେକ ପଦକ୍ଷେପ ନେଇଛନ୍ତି। ଏହାପୂର୍ବରୁ ଆମେରିକା, କାନାଡା, ଜାପାନ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶର ନାଗରିକଙ୍କୁ ମଧ୍ୟ ବ୍ରାଜିଲ ଯିବା ପାଇଁ ଭିସା କୌଣସି ଆବଶ୍ୟକତା ପଡ଼ିବନାହିଁ ବୋଲି ବୋଲ୍ସନାରୋ ଘୋଷଣା କରିସାରିଛନ୍ତି।