ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିବା ପରେ ପ୍ରଶାସନ ସଜାଗ ହୋଇ ଉଠିଛି। ତତ୍ପରତା ପ୍ରକାଶ କରି ଟାସ୍କଫୋର୍ସ ଗଠନ କରିଛି। ମଙ୍ଗଳବାରଠୁ ଯାତ୍ରୀବାହୀ ଏବଂ ମାଛ ଧରା ଡଙ୍ଗା ଯାଞ୍ଚ କରାଯିବ। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବାଲୁଗାଁସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚିଲିକା ବନବିଭାଗ, ବାଲୁଗାଁ ପୋଲିସ ଅଧିକାରୀ, CDA, ଚିଲକା ତହସିଲଦାର  ଓ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ବିଭାଗକୁ ନେଇ ଗଠନ କରାଗଲା ଟାସ୍କଫୋର୍ସ।

ଏହାସହ ଚିଲିକା ତହସିଲଦାର ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପକ୍ଷରୁ ଦୁଇଟି ମାମଲା ବାଲୁଗାଁ ଥାନାରେ ଡଙ୍ଗା ମାଲିକଙ୍କ ନାମରେ  ରୁଜୁ କରାଯାଇଛି।

ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଡଙ୍ଗା ମାଲିକ ନବଘନ ଜାଲି,  ଡଙ୍ଗା ମାଗିନେଇଥିବା ବ୍ୟକ୍ତି ବିଶେକ ଜାଲି, ଡଙ୍ଗା ଚାଳକ ଅଶୋକ ଜାଲି ଓ ସୁଦର୍ଶନ ଜାଲି।

ମା’ କାଳୀଜାଈଙ୍କ ପୀଠରେ ମାନସିକ ଭୋଜି କରିବା ପାଇଁ ଶ୍ରଦ୍ଧାଳୁମାନେ ଏକ ଘରୋଇ ମାଛଧରା ଡଙ୍ଗାରେ ବଡ଼କୂଳ ଜେଟି ନିକଟରୁ ଯାଇଥିଲେ। ଭୋଜି ସାରି ଫେରୁଥିବାବେଳେ ବଡ଼କୂଳ ଓ କାଳିଜାଈ ମଧ୍ୟବର୍ତ୍ତୀ ଗଣ୍ଡରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ହଠାତ୍ ଜୋରରେ ପବନ ବହିଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଲୋକମାନଙ୍କ ଚିତ୍କାର ଶୁଣି ପାଖରେ ଥିବା କେତେଜଣ ମତ୍ସ୍ୟଜୀବୀ ସେମାନଙ୍କୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here