ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-test

ଫୁଲବାଣୀ ଆଇସୋଲେସନ ୱାର୍ଡରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ ମାରିଛନ୍ତି। ଯୁବକ ଜଣକ କିଛି ଦିନ ତଳେ କେରଳରୁ ଫେରିଥିଲେ।

ରବିବାର କରୋନା ଯାଞ୍ଚ କରାଇବା ପାଇଁ ସେ ଫୁଲବାଣୀ ମେଡିକାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିଲେ। କରୋନା ଯାଞ୍ଚ ପାଇଁ ତାଙ୍କ ଲାଳର ନମୁନା ନିଆଯାଇଥିଲା। ତେବେ ରିପୋର୍ଟ ଆସିବା ପୂର୍ବରୁ ସେ ଆଇସୋଲେସନ ୱାର୍ଡରୁ କେଉଁଆଡ଼େ ଚାଲି ଯାଇଛନ୍ତି।

ଏନେଇ ଫୁଲବାଣୀ ମେଡିକାଲ ଏଡିଏମଓ ଫୁଲବାଣୀ ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁରକ୍ଷାକର୍ମୀଙ୍କୁ ପଚରାଉଚରା ଚଳାଇଛି।

କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସଚେତନମୂଳକ ପଦକ୍ଷେପ ନେଉଛନ୍ତି।

ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟର ବାତାବରଣ ରହିଛି। ବର୍ତ୍ତମାନ ସୁଦ୍ଧା ୨୨ଜଣ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେପଟେ ସାରା ବିଶ୍ୱରେ କରୋନା ୬ହଜାର ଅଧିକ ଲୋକେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here