ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନର ଚତୁର୍ଥ ଦିନରେ ମଧ୍ୟ କରୋନା ଭାଇରସ୍ ଭାରତବାସୀଙ୍କ ଚିନ୍ତା କମ୍ କରିନି। ବର୍ତ୍ତମାନ ସାରା ବିଶ୍ୱରେ ୧୯୯ଟି ଦେଶକୁ ବ୍ୟାପିଥିବା ଏହି ଭାଇରସ୍ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରିବାରେ ଲାଗିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ୍ ୮୩୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।  ଅନ୍ୟପଟେ ୬୭ ଜଣ ଲୋକ କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେହିଭଳି ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୫,୯୭,୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କରୋନାରେ ସାରା ବିଶ୍ୱରେ ୨୭ ହଜାର ୩୬୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କରୋନା ସଂକ୍ରମଣରୁ ସାରା ବିଶ୍ୱରେ ୧ଲକ୍ଷ ୩୩ ହଜାର ୩୬୩ ଜଣ ଲୋକ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ରହିଛି।

ସାରା ବିଶ୍ୱରେ ଇଟାଲୀ ସବୁଠାରୁ ବେଶି ପ୍ରଭାବିତ ହୋଇଥିବାବେଳେ ସେଠାରେ କରୋନା ମୃତ୍ୟୁସଂଖ୍ୟା ୯ ହଜାର ୧୩୪ ରହିଛି। ସେହିଭଳି ସ୍ପେନରେ ୫,୧୩୮, ଚୀନରେ ୩,୨୯୫ ଓ ଇରାନରେ ୨,୩୭୮ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here