ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତୀୟ ଟେଲିଭିଜନ ଇତିହାସର ସବୁଠାରୁ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’ ପୁଣି ଥରେ ଟିଭି ପରଦାକୁ ଫେରୁଛି। ଏପ୍ରିଲ ୧ରୁ ରାତି ୮ଟାରେ ଦୂରଦର୍ଶନରେ ଲୋକେ ଏହି ସିରିଏଲ ଦେଖିବାକୁ ପାଇବେ। ରବିବାର ଦିନ ଟ୍ୱିଟରରେ ‘ଶକ୍ତିମାନ’ର ଟେଲିକାଷ୍ଟ ବିଷୟରେ ମୁକେଶ ଖାନ୍ନା ସୂଚନା ଦେଇଥିଲେ।।

କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ବନ୍ଦ ସମୟରେ ‘ମହାଭାରତ’ ଏବଂ ‘ରାମାୟଣ’ ଭଳି ସିରିଏଲକୁ ପୁନଃପ୍ରସାରଣ କରାଯାଉଛି।

ଏହି ସିରିଏଲ ବ୍ୟତୀତ ଶାହରୁଖ ଖାନଙ୍କ ‘ସର୍କସ’ ଏବଂ ରଣଜିତ କପୁରଙ୍କ ପ୍ରସିଦ୍ଧ ସିରିଏଲ ‘ବାଇମକେଶ ବକ୍ସି’ ମଧ୍ୟ ଦୂରଦର୍ଶନରେ ପ୍ରସାରଣ ପାଇଁ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here