ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବଲିଉଡ ଅଭିନେତ୍ରୀ ହିନା ଖାନ ଆଜିକାଲି କରୋନା ଭାଇରସ ବିଷୟରେ ଅନେକ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଏହି ସଚେତନତା ମୂଳକ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ଏହି ଭିଡିଓଗୁଡିକ ମାଧ୍ୟମରେ ସେ ଲୋକଙ୍କୁ କରୋନା ବିଷୟରେ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏହାକୁ କିପରି ଏଡାଇ ହେବ ତାହା ଜଣାଇବାକୁ ଚେଷ୍ଟା କରୁଛନ୍ତି| ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। କିଛି କାମ ପାଇଁ ବଜାରକୁ ଯାଇଥିଲେ ଓ ବଜାରରୁ ଫେରିବା ପରେ ନିଜକୁ ପରିଷ୍କାର କରିବେ ତାହା ଭିଡିଓରେ ଶିଖାଉଛନ୍ତି।

ଭିଡିଓରେ ହିନା ଖାନ ମାସ୍କ ପିନ୍ଧି ହାତରେ ବ୍ୟାଗ ଧରି ଠିଆ ହୋଇଥିବା ନଜର ଆସିଛନ୍ତି। ହିନା ଖାନ ଏକ ବାଲ୍ଟୀରେ ଡେଟଲ ଏବଂ ଟିକେ ଡିଟରଜେଣ୍ଟ ମିଶାଉଛନ୍ତି। ଏହାପରେ ସ ବ୍ୟବହାର କରିଥବା ଜିନିଷକୁ ସେ ସଫା କରୁଛନ୍ତି। ଯେଉଁ ଜିନିଷଗୁଡିକୁ ସିଧାସଳଖ ସଫା କରାଯାଇପାରିବ ନାହିଁ ସେସବୁ ଓଦା କପଡ଼ାରେ ଫୋଛୁଥିବା ଦେଖିବାକୁ ମିଳିଛି।

ହିନାଙ୍କ କହିବା ଅନୁସାରେ ବଜାରରୁ ଫେରିବା ଜୋତାକୁ ବାହାରେ ରଖିବା ଉଚିତସେହିପରି ବ୍ୟବହୃତ ଗ୍ଲୋବ୍‌ସକୁ ବି ଡଷ୍ଟବିନରେ ପକାଇବା ଉଚିତ। ଘର ଭିତରକୁ ଯିବା ପରେ କିଛି ସ୍ପର୍ଶ ନକରି ପ୍ରଥମେ ଗାଧୋଇବା ଦରକାର।

LEAVE A REPLY

Please enter your comment!
Please enter your name here