ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଦେଶରୁ ଫେରିଥିଲେ କିଭଳି ସତର୍କତା ଅବଲମ୍ବନ କରିବେ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ସମୀର ସାହୁ।

samir sahu

ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ କରିବେ। ଏଥିସହିତ ୧୪ ଦିନ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ନିଜକୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ ଯଦି ଜ୍ୱର, ସର୍ଦ୍ଦି ଭଳି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ସରକାରଙ୍କ ସହ ସମ୍ପର୍କ କରିବା ଆବଶ୍ୟକ। ଏହା ଅନ୍ୟ ଲୋକମାନଙ୍କୁ କିଭଳି ବ୍ୟାପିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଗୋଟିଏ ଘରେ ନିଜକୁ ସୀମିତ ରଖିବେ। ନିଜକୁ ସଙ୍ଗରୋଧ କରିବା ସହ ପରିବାର ସଦସ୍ୟଙ୍କଠାରୁ ଦୂରେଇ ରହିବା ଦରକାର।

ସେହିପରି ସଂକ୍ରମିତଙ୍କଠାରୁ କିଭଳି ନିଜକୁ ଦୂରେଇ ରଖିବେ, ପରିବାର ସଦସ୍ୟ ଏହାପ୍ରତି ଦାୟିତ୍ୱବାନ ହେବା ଦରକାର। ପରିବାରର ସମସ୍ତ ଲୋକ ନିୟମିତ ବ୍ୟବଧାନରେ ହାତ ଧୋଇବେ। ନିଜକୁ ତଥା ଘରକୁ ପରିଷ୍କାର ପରିଚ୍ଛନ ରଖିବେ। ଏହାସହିତ ସଂକ୍ରମିତ ବ୍ୟକ୍ତି କିଭଳି ନିଜକୁ ଏକୁଟିଆ ମନେ ନକରିବେ ସେନେଇ ଯତ୍ନବାନ ହେବେ।

LEAVE A REPLY

Please enter your comment!
Please enter your name here