ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଦିଲ୍ଲୀରେ ପ୍ରବଳ ଝଡ଼ ତୋଫାନ ପରେ ଏବେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି। ଭୂମିକମ୍ପ ଯୋଗୁଁ ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ। ଏଥିରେ କୌଣସି କ୍ଷତି ଘଟି ନାହିଁ।
ଦିନ ୧ଟା ୪୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତ କିଛିଦିନ ହେବ ଦିଲ୍ଲୀରେ ବର୍ଷା ପବନ ଲାଗି ରହିଥିଲା ବେଳେ ଏବେ ଭୂମିକମ୍ପ ଦିଲ୍ଲୀବାସୀଙ୍କୁ ଭୟଭୀତ କରିଛି।
ଏହା ପୂର୍ବରୁ ମେ’ ୯ ତାରିଖରେ ଗୁଜୁରାଟର କିଛି ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଛି। ଦିଲ୍ଲୀରେ ମଧ୍ୟ ପୂର୍ବରୁ ଥରେ ଭୂମିକ୍ମ ହୋଇ ସାରିଛି। ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।