ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ବିମାନ ପାଇଁ ଦିନ ୧୨ଟା ୩୦ରୁ ଟିକେଟ ବୁକିଂ ଆରମ୍ଭ ହେବ। ଟିକେଟ ବୁକ୍ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ମେ’ ୨୫ ତାରିଖରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ।
ଓ୍ଵେବସାଇଟ airindia.in ରେ ଲଗ୍ଇନ୍ କରି ଟିକେଟ ବୁକ୍ କରିପାରିବେ। କୌଣସି ଟ୍ରେଭେଲ ଏଜେଣ୍ଟକୁ ଯୋଗାଯୋଗ କରି ମଧ୍ୟ ବୁକ କରିହେବ। ଏହାସହ ଗ୍ରାହକ ସେବା କେନ୍ଦ୍ରକୁ ମଧ୍ୟ କଲ୍ କରି ଟିକେଟ ବୁକ୍ କରି ପାରିବେ ଯାତ୍ରୀ।
ମେ’ ୨୫ରୁ ବିମାନ ଚଳାଚଳ ନେଇ ଏସ୍ଓପି ମଧ୍ୟ ଜାରି କରାଯାଇଛି। ଏହା ଅନୁସାରେ ଥର୍ମାଲ ସ୍କ୍ରିନିଂ ହେବା ପରେ ହିଁ ଯାତ୍ରା କରିବା ପାଇଁ ଅନୁମିତ ମିଳିପାରିବ। ଏଥିସହିତ ଯାତ୍ରୀମାନେ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।