ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଲଓ୍ୱାନ ଘାଟିରେ ପ୍ରାଣବଳୀ ଦେଇଥିବା ସହିଦଙ୍କ ପରିବାର ଆଖିରେ ଏବେ ପ୍ରତିଶୋଧର ନିଆଁ ଜଳୁଛି। ସୁଯୋଗ ମିଳିଲେ ସୀମାକୁ ପରିବାରର ସମସ୍ତ ସଦସ୍ୟଙ୍କୁ ପଠାଇ ଦେବି ବୋଲି କହିଛନ୍ତି ଝାଡ଼ଖଣ୍ଡର ସହିଦ କୁନ୍ଦନ ଓଝାଙ୍କ ବାପା। ଯବାନ ପୁଅର ମୃତ୍ୟରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ସେ। କେବଳ ସେ ନୁହେଁ କୁନ୍ଦନଙ୍କ ପୂରା ଗାଁ ଲୋକ ମଧ୍ୟ ଏଭଳି କହିଛନ୍ତି।

କୁନ୍ଦନ ଦେଶ ପାଇଁ ଜୀବନ ଦେଇଛନ୍ତି ।ଏଥିପାଇଁ ପୂରା ଝାଡ଼ଖଣ୍ଡ ଗର୍ବ କରୁଛି ବୋଲି କୁନ୍ଦନଙ୍କ ବାପା କହିଛନ୍ତି।

ଗଲଓ୍ୱାନ ଘାଟିରେ ମାତ୍ର ୨୬ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇଛନ୍ତି କୁନ୍ଦନ।ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲାର ଦୋହରୀ ଗାଁରେ କୁନ୍ଦନଙ୍କ ଘର। ୨୦୧୧ରେ କୁନ୍ଦନ ଭାରତୀୟ ସେନାରେ ଭର୍ତ୍ତୀ ହୋଇଥିଲେ।

ବିହାର ରେଜିମେଣ୍ଟ କଟିହାରରେ ତାଙ୍କ ପୋଷ୍ଟିଂ ହୋଇଥିଲା। ୨୦୧୭ରେ ସୁଲତାନଗଞ୍ଚର ନୋରହଟୀ ଗାଁରେ ନେହା ନାମକ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ଗତ ୧୭ ଦିନ ତଳେ କୁନ୍ଦନଙ୍କ ପ୍ରଥମ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିଲା। ହେଲେ କୁନ୍ଦନ ନିଜ ଝିଅକୁ ଥରୁଟିଏ ହେଲେ ଦେଖିପାରିଲେନି। ପ୍ରାୟ ପାଞ୍ଚ ମାସ ତଳେ ଘରକୁ ଛୁଟିରେ ଆସିଥିଲେ କୁନ୍ଦନ।

LEAVE A REPLY

Please enter your comment!
Please enter your name here