ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ୧୦ କୋଟି ଟଙ୍କା ବ୍ୟୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିରର ନିର୍ମାଣ ହେବ। ଏହି ଟଙ୍କା ଇମ୍ରାନ ସରକାର ଦେବେ। ଇସଲାମାବାଦରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଏହି ମନ୍ଦିର ନିର୍ମାଣ ହେଉଛି।

ଇସଲାମାବାଦର ଏଚ୍‌ ୯ ଅଞ୍ଚଳରେ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ଭଗବାନ କୃଷ୍ଣଙ୍କ ଏହି ମନ୍ଦିର ନିର୍ମାଣ କରାଯାଉଛି। ମଙ୍ଗଳବାର ଦିନ ପାକିସ୍ତାନର ମାନବାଧିକାର ସଂସଦୀୟ ସଚିବ ଲାଲ ଚନ୍ଦ୍ର ମଲ୍ହି ମନ୍ଦିର ପାଇଁ ଭୂମି ପୂଜନ କରିଛନ୍ତି।

ଇସଲାମାବାଦରେ ହିନ୍ଦୁ ଜନସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି, ତେଣୁ ଏଠାରେ ଏକ ମନ୍ଦିରର ଆବଶ୍ୟକତା ଥିଲା ବୋଲି ଲାଲ ଚନ୍ଦ୍ର ମଲ୍ହି ଭୂମି ପୂଜନ ଅବସରରେ କହିଥିଲେ। ଇସଲାମାବାଦ ହିନ୍ଦୁ ପଞ୍ଚାୟତ ଏହି ମନ୍ଦିରର ନାମ ଶ୍ରୀକୃଷ୍ଣ ମଣ୍ଡଳ ରଖିଛି। ମନ୍ଦିର ନିକଟରେ ଏକ ଶଶ୍ମାନ ସ୍ଥାନ ମଧ୍ୟ ରଖାଯିବ। ଏହା ବ୍ୟତୀତ ଧାର୍ମିକ ରୀତିନୀତି ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ।

LEAVE A REPLY

Please enter your comment!
Please enter your name here