ଓଡ଼ିଶାଲାଇଭ୍ ବ୍ୟୁରୋcorona positive

  • ଦିନକରେ ସର୍ବାଧିକ ୩,୬୮୨ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୨,୨୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୪୪୧ ଜଣ ଚିହ୍ନଟ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଆଜି ଗୋଟିଏ ଦିନରେ ୩୦ଟି ଜିଲ୍ଲାରୁ ସର୍ବାଧିକ ୩,୬୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨,୨୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୧,୪୪୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୪୯୫ ଜଣ, କଟକରୁ ୩୬୯ ଜଣ, ମୟୂରଭଞ୍ଜରୁ ୨୭୨ ଜଣ, ଗଞ୍ଜାମରୁ ୧୭୪ ଜଣ, ବରଗଡ଼ରୁ ୧୫୨ ଜଣ, କୋରାପୁଟରୁ ୧୪୦ ଜଣ, ସମ୍ବଲପୁରରୁ ୧୨୮ ଜଣ, ପୁରୀରୁ ୧୧୫ ଜଣ, ନୟାଗଡ଼ରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ଅନୁଗୁଳରୁ ୫୬ ଜଣ, ବାଲେଶ୍ଵରରୁ ୮୭ ଜଣ, ଭଦ୍ରକରୁ ୫୧ ଜଣ, ବଲାଙ୍ଗିରରୁ ୬୮ ଜଣ, ବୌଦ୍ଧରୁ ୧୪ ଜଣ, ଦେବଗଡ଼ରୁ ୧୨ ଜଣ, ଢେଙ୍କାନାଳରୁ ୬୧ ଜଣ, ଗଜପତିରୁ ୪୮ ଜଣ, ଜଗତସିଂହପୁରରୁ ୪୪ ଜଣ, ଯାଜପୁରରୁ ୮୮ ଜଣ, ଝାରସୁଗୁଡ଼ାରୁ ୪୩ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦ୍ରାପଡ଼ାରୁ ୪୪ ଜଣ, କେନ୍ଦୁଝରରୁ ୫୯ ଜଣ, ମାଲକାନଗିରିରୁ ୮୬ ଜଣ, ନୂଆପଡ଼ାରୁ ୨୩ ଜଣ, ସୋନପୁରରୁ ୨୭ ଜଣ ଏବଂ ସୁନ୍ଦରଗଡ଼ରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।BGUଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୫,୩୨୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୮୩୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

LEAVE A REPLY

Please enter your comment!
Please enter your name here