ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସ୍ଥିତିରେ ହରିଦ୍ୱାରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ କୁମ୍ଭମେଳା। ଏନେଇ ରବିବାର ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌। କୁମ୍ଭମେଳା ଅନୁଷ୍ଠିତ ହେବ କି ନାହିଁ? ସେନେଇ ରବିବାର ଅଖିଳ ଭାରତୀୟ ଆଖଡା ପରିଷଦ (ଏବିଏପି) ସହିତ ରବିବାର ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କୋଭିଡ କଟକଣାରେ ହରିଦ୍ୱାରରେ କୁମ୍ଭମେଳା ହେବ ବୋଲି ଘୋଷଣା କରିଛନ୍ତି।

୨୦୨୧ ଜାନୁଆରି ୧୪ରୁ ଆରମ୍ଭ ହେବ କୁମ୍ଭମେଳା। ଏଥିପାଇଁ ଉତ୍ତରାଖଣ୍ଡ ସରାକର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡିସେମ୍ବର ୧୫ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବ ବୋଲି କୁମ୍ଭମେଳା ଅଧିକାରୀ ଦୀପକ ରାଓ୍ୱତ କହିଛନ୍ତି।

କୁମ୍ଭମେଳା ପାଇଁ ୮ଟି ବ୍ରିଜ ଓ ରାସ୍ତା ନିର୍ମାଣ କରାଯାଉଛି। ସେହିଭଳି ପାର୍କିଂ ପାଇଁ ସ୍ଥାନ ରଖାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉଛି। ଏଥର କୁମ୍ଭମେଳାରେ ୩୦ରୁ ୪୦ ଲକ୍ଷ ଲୋକ ଗଙ୍ଗାରେ ବୁଡ଼ ପକାଇବାକୁ ଆସିବେ ବୋଲି ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here