ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ୨୦୨ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପୂରଣ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଗ୍ରୁପ – ବି ଅଧୀନରେ ଏହି ପଦବୀଗୁଡ଼ିକ ଖାଲି ରହିଛି। ଏହି ପଦଗୁଡ଼ିକ ପାଇଁ ଫେବ୍ରୁଆରି ୧୮ରୁ ମାର୍ଚ୍ଚ୨୦ ମଧ୍ୟରେ ଅନଲାଇନ ଆପ୍ଲିକେସନ ଗ୍ରହଣ କରାଯିବ ବୋଲି କୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟ ନିଯୁକ୍ତି ନିୟମ ୨୦୧୯ ଅନୁସାରେ ଏହି ପଦ ପୂରଣ କରାଯିବ।

ଏହି ୨୦୨ ପଦ ମଧ୍ୟରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ପଦ ସଂରକ୍ଷିତ ରହିବ। ମୋଟ ପଦବୀର ଆବଣ୍ଟନ ଏହିଭଳି:

  • ଅସଂରକ୍ଷିତ ୧୦୫ (ମହିଳା ୩୫)
  • ଏସଇବିସି ୨୩ (ମହିଳା ୮)
  • ଏସସି ୨୨ (ମହିଳା ୭)
  • ଏସଟି ୫୨ (ମହିଳା ୧୭)

ଏହା ବ୍ୟତୀତ ଖେଳାଳି, ପ୍ରାକ୍ତନ କର୍ମଚାରୀ, ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ପଦ ସଂରକ୍ଷିତ ରହିବ।

ହାଇକୋର୍ଟ ଏଏସ ଓ ପଦର ଦରମା ହାର ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା। ଏଥି ସହିତ ଓଡ଼ିଶା ସରକାରଙ୍କ ବିଭିନ୍ନ ଭତ୍ତା ବି ମିଳିବ।

ଅଧିକ ଜାଣିବା ପାଇଁ – ବିଜ୍ଞପ୍ତି ପଢ଼ନ୍ତୁ।

LEAVE A REPLY

Please enter your comment!
Please enter your name here