ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ସଫ୍ଟୱେୟାର କମ୍ପାନି ଆଇବିଏମ୍ ବିଶ୍ଵର ସବୁଠାରୁ ଛୋଟ କମ୍ପ୍ୟୁଟର ଉଦ୍ଭାବନ କରିବାକୁ ଯାଉଛି। ଏହାର ମୂଲ୍ୟ ରହିବ ମାତ୍ର ୭ଟଙ୍କା।
୭ଟଙ୍କାରେ ମିଳିବ କମ୍ପ୍ୟୁଟର। କଥାଟା ଯେତିକି ଆଶ୍ଚର୍ଯ୍ୟ ସେତିକି ରୋଚକ ମଧ୍ୟ। ଆଇବିଏମ୍ ସବୁଠାରୁ ଛୋଟ କମ୍ପ୍ୟୁଟର ଖୁବଶୀଘ୍ର ମାର୍କେଟରେ ପ୍ରବେଶ କରାଇବ ବୋଲି ଯୋଜନା କରୁଛି। କମ୍ପାନିର ବାର୍ଷିକ କନଫରେନ୍ସରେ ଏହି ସୂଚନା ଦିଆଯାଇଛି।
୧-୧ ମିଲିମିଟର ସାଇଜ୍ର ଏହି କମ୍ପ୍ୟୁଟର ୫ବର୍ଷ ଭିତରେ ମାର୍କେଟକୁ ଆସିଯିବ ଏବଂ ଏହାର ମୂଲ୍ୟ ମାତ୍ର ୭ଟଙ୍କା ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଏହି ଛୋଟ କମ୍ପ୍ୟୁଟର ମନିଟରିଙ୍ଗ, ଆନାଲାଇଜିଙ୍ଗ, କମ୍ୟୁନିକେଟିଙ୍ଗ ଓ ଡାଟା ଉପରେ କାମ କରିବ। ଆଇବିଏମ ରିସର୍ଚ୍ଚ ୫ଇନ୍ ୫ପ୍ରୋଜେକ୍ଟ ଜରିଆରେ ସବୁଠାରୁ ଛୋଟ କମ୍ପ୍ୟୁଟର ସମ୍ପର୍କରେ କହିଛି।
ଏହି ଛୋଟ କମ୍ପ୍ୟୁଟରରେ ମେମୋରି, ପ୍ରୋସେସର ଓ ଷ୍ଟୋରେଜର ସମ୍ପୂର୍ଣ୍ଣ ସିଷ୍ଟମ ରହିଛି। ମେମୋରି ପାଇଁ ଏଥିରେ ଏସରାମ ଓ ପାଓ୍ଵାର ପାଇଁ ଫଟୋ-ଭୋଲଟେକ୍ ସେଲ ଉପଲବ୍ଧ ରହିଛି।
କମ୍ପ୍ୟୁଟର ଏଲଇଡି ଓ ଫଟୋ ଡିଟେକ୍ଟରର ବ୍ୟବହାର କରି ଅପଲିଙ୍କ ଓ ଡାଉନ୍ଲିଙ୍କ ସଞ୍ଚାର ପାଇଁ ବି ସକ୍ଷମ ରହିଛି। ଆଇବିଏମ୍ ରିସର୍ଚ୍ଚ ଟିମ୍ ପାଞ୍ଚଟି ଟ୍ୟାକ୍ଟିକ୍ ଉପରେ କାମ କରୁଛି। ସେଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲାକ୍ଚେନ୍, ଇନକ୍ରିପସନ୍ ଓ ଇଣ୍ଟରନେଟ ଅଫ ଥିଙ୍କସ୍ ଉପରେ ଆଧାରିତ କିଷ୍ଟୋ-ଆଙ୍କର୍ସ ସହ ଯୋଡ଼ାଯିବ। ଏହି କିଷ୍ଟୋ-ଆଙ୍କର୍ସ ଉତ୍ପାଦରେ ଛୋଟ କମ୍ପୁଟରକୁ କୋଡ ଭାବେ ଏମବେଡ୍ କରାଯିବ।