ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କୋଭିଡ ସଂକ୍ରମଣ କମିବାର ନାଁ ଧରୁନାହିଁ। ପ୍ରତିଦିନ ରେକର୍ଡ ସଂଖ୍ୟକ ନୂଆ ମାମଲା ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ହଜାର ୧ଶହ ୨୯ ନୂଆଁ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୭୧୪ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ୧କୋଟି ୨୩ ଲକ୍ଷ ୯୨ ହଜାର ୨୬୦କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧ଲକ୍ଷ ୬୪ ହଜାର ୧୧୦କୁ ଛୁଇଁଛି।

କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଲକ୍ଷ ୫୮ ହଜାର ୯୦୯ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପଟେ କରୋନା ମହାମାରୀକୁ ରୋକିବା ପାଇଁ ଦେଶରେ ଚାଲିଛି ଟିକାକରଣ ପ୍ରକ୍ରିୟା। କେନ୍ଦ୍ରର ସୂଚନା ଅନୁସାରେ ଏପର‌୍ୟ୍ୟନ୍ତ ମୋଟ ୭ କୋଟି ୩୦ ଲକ୍ଷ ୫୪ ହଜାର ୨୯୫ ଜଣ ଟିକା ନେଇଛନ୍ତି।

LEAVE A REPLY

Please enter your comment!
Please enter your name here