ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍‌ର ୧୬ତମ ଲିଗ୍‌ ମ୍ୟାଚ୍‌ରେ ଆଜି ମୈଦାନରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଓ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ର ଏହି ଦୁଇଟି ରୟାଲ ଟିମର ମୁକାବିଲା ଦେଖିବାକୁ ଦର୍ଶକଙ୍କ ଉତ୍ସୁକତା ବଢ଼ିଯାଇଛି। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯିବ।

ଚଳିତ ଆଇପିଏଲ୍‌ରେ ଆର୍‌ସିବି ୩ଟି ମ୍ୟାଚ୍ ଖେଳି ଅପରାଜେୟ ସାବ୍ୟସ୍ତ ହୋଇଛି। କିନ୍ତୁ ରାଜସ୍ଥାନ ରୟାଲ୍ସ ୩ଟିରୁ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି। ତେଣୁ ବିରାଟ ବାହିନୀକୁ ହରାଇବା ରାଜସ୍ଥାନ ପାଇଁ ବଡ଼ ଚାଲେଞ୍ଜ ହୋଇ ଉଭା ହେବ। ଗତ ବର୍ଷ ଉଭୟ ଦଳ ପରସ୍ପରକୁ ଦୁଇଥର ଭେଟିଥିଲେ। କିନ୍ତୁ ଦୁଇଟିଯାକ ମ୍ୟାଚ୍‌ରେ ବେଙ୍ଗାଳୁରୁର ହିଁ ବିଜୟ ହୋଇଥିଲା। ତେଣୁ ଆଜିର ମ୍ୟାଚ୍‌ରେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡିକାଲ୍, ଫିନ୍ ଆଲେନ୍, ପବନ ଦେଶପାଣ୍ଡେ, ରଜତ ପାଟିଦାର୍, ସଚିନ୍ ବେବି, ସୁୟାଶ୍ ପ୍ରଭୁଦେଶାଇ, ଡାନ୍ ଖ୍ରୀଷ୍ଟିଆନ୍, ଡାନିଏଲ ସାମ୍ସ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ସାହାବାଜ୍ ଅହମ୍ମଦ, ଏ ବି ଡେଭିଲିୟର୍ସ, ମହମ୍ମଦ ଆଝାରୁଦ୍ଦିନ, ଶ୍ରୀକର ଭାରତ, ଆଦାମ ଜାମ୍ପା, କେନ୍ ରିଚାର୍ଡସନ୍, କ୍ଲି ଜେମ୍ସନ, ମହମ୍ମଦ ସିରାଜ୍, ନବଦୀପ୍ ସାଇନି, ୟୁଜୁଭେନ୍ଦ୍ର ଚାଓ୍ଵାଲା।

ରାଜସ୍ଥାନ ରୟାଲ୍ସ 

ସଞ୍ଜୁ ସାମସନ୍(ଅଧିନାୟକ), ଡେଭିଡ ମିଲର୍, ଲିଆମ୍ ଲିଭିଙ୍ଗଷ୍ଟମ୍, ମନ୍ନନ ଭୋରା, ରିୟାନ ପ୍ରୟାଗ, ୟାସ୍‌ଭି ଜୟସ୍ଵାଲ୍, କ୍ରିସ୍ ମୋରିସ୍, ମହିପାଲ୍ ଲୋମାର୍, ରାହୁଲ ତେଓ୍ଵାଟିଆ, ଶୁଭମ୍ ଦୁବେ, ଶ୍ରେୟାସ୍ ଗୋପାଲ, ଅନୁଜ ରାଓ୍ଵତ୍, ଜସ୍ ବଟ୍ଲର, ଆକାଶ ସିଂହ, ଆଣ୍ଡ୍ରୁ ଟି, ଚେତନ ସକାରିଆ, ଜୟଦେବ ଉନାଡକତ୍, ଜୋଫ୍ରା ଆର୍କର, କାର୍ତ୍ତିକ ତ୍ୟାଗୀ, କେ ସି ଚାରିପା, କୁଲଦୀପ ଯାଦବ, ମୟଙ୍କ ମାର୍କଣ୍ଡେ, ମୁସ୍ତାଫିଜୁର ରେହମାନ୍।

LEAVE A REPLY

Please enter your comment!
Please enter your name here