ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଏବେ ଚଳଚ୍ଚିତ୍ର ନିର୍ମାତାଙ୍କ ନୂଆ ଡେଷ୍ଟିନେସନ ପାଲିଟିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୁଏ। ଖାସ କରି ଶୀତ ଋତୁରେ ଦାରିଙ୍ଗବାଡ଼ିକୁ ଦେଶ ବିଦେଶରୁ ପର୍ଯ୍ୟଟ ଆସିଥାନ୍ତି। ଏବେ ଏଠାରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିର୍ମାତାମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ଏବେ ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍’ର ସୁଟିଂ ଚାଲିଛି। ଦାରିଙ୍ଗବାଡ଼ି ସହ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରଟିର ସୁଟିଂ କରାଯାଉଛି। ଦାରିଙ୍ଗବାଡ଼ି ନିକଟ କଫି ଗାର୍ଡେନ, ପାଇନ ଜଙ୍ଗଲ ଏବଂ ଆଖ ପାଖ ଗାଁରେ ମଧ୍ୟ ସୁଟିଂ ଚାଲିଛି।

ଚଳଚ୍ଚିତ୍ର ସୁଟିଂକୁ ନେଇ ସ୍ଥାନୀୟ ଲୋକ ଉତ୍ସହିତ ଥିବାବେଳେ ବିଗୁଲ ଟିମ୍ ସହଯୋଗର ହାତ ବଢ଼ାଇଥିବା କହିଛନ୍ତି ନିର୍ଦ୍ଦେଶକ ଅଜୟ ପାଢ଼ୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦାରିଙ୍ଗବାଡ଼ିରେ ଚଳଚ୍ଚିତ୍ର କରିବାକୁ ପରାମର୍ଶ ଦେଇଛନ୍ତି ଅଜୟ। ସେ କହିଛନ୍ତି ଓଡ଼ିଶାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି ଯେଉଁଠି ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କୁ ନୂଆ ଅନୁଭୂତି ଦେଇହେବ।

Tags: #Daringbadi #Phulbani #FilmShooting #CinemaShooting

LEAVE A REPLY

Please enter your comment!
Please enter your name here