ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ୍ ନିର୍ମିତ ମ୍ୟାଜିକାଲ୍ ‘ଟାଇମ୍ ମେସିନ୍‌’ ବ୍ୟବହାର କରି ପାଖାପାଖି ୨୫ ବର୍ଷ ବୟସ କମାଇ ହେବ, ଏଭଳି ଲୋଭ ଦେଖାଇ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଜଣେ ଦମ୍ପତି ଏକାଧିକ ଲୋକଙ୍କଠାରୁ ୩୫ କୋଟି ଟଙ୍କା ଲୁଟି ଫେରାର୍ ହୋଇଛନ୍ତି। ଏହି ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି।

ଏହି ଘଟଣାର ଦୁଇ ଅଭିଯୁକ୍ତ ରାଜୀବ ଦୁବେ ଏବଂ ତାଙ୍କ ସ୍ତ୍ରୀ ରଶ୍ମୀ ଦାବି କରୁଥିଲେ ଯେ, ସେମାନେ ମ୍ୟାଜିକାଲ୍ ଟାଇମ୍ ମେସିନ୍ ଦ୍ୱାରା ‘ଅକ୍ସିଜେନ୍ ଥେରାପି’ କରି ବ୍ୟକ୍ତିବିଶେଷଙ୍କ ବୟସ କମାଇ ପାରୁଛନ୍ତି। ସେମାନେ କାନପୁରର କିଡ୍‌ୱାଇ ନଗରରେ ଏକ ଦୋକାନଘରକୁ ଭଡ଼ାରେ ନେଇ ‘ରିଭାଇଭାଲ୍ ୱାର୍ଲ୍ଡ’ ନାଁରେ ଏକ ଥେରାପି ସେଣ୍ଟର ଖୋଲିଥିଲେ।

ସେମାନେ ପ୍ରଚାର କରୁଥିଲେ ଯେ, “ଅଞ୍ଚଳରେ ପ୍ରଦୂଷଣ ବଢ଼ିବା ଯୋଗୁ କମ୍ ବୟସର ବ୍ୟକ୍ତିମାନେ ବୟସାଧିକ୍ୟ ଦେଖାଯାଉଛନ୍ତି। ଏଣୁ ଏହିଭଳି ଲୋକଙ୍କ ପାଇଁ ଆମେ ଆଣିଛୁ ‘ଅକ୍ସିଜେନ୍ ଥେରାପି’। କେବଳ ଗୋଟିଏ ମାସ ମଧ୍ୟରେ ଏହାର ପ୍ରଭାବ ଶରୀର ଉପରେ ଦେଖାଯିବ ବୋଲି ଦମ୍ପତି ଦାବି କରୁଥିଲେ। ଆଉ ଏଥିପାଇଁ ଆମେ ଇସ୍ରାଏଲ୍ ନିର୍ମିତ ମ୍ୟାଜିକାଲ୍ ଟାଇମ୍ ମେସିନ୍ ବ୍ୟବହାର କରୁଛୁ।”

ଖାଲି ଏତିକି ନୁହେଁ ୧୦ଥର ଥେରାପି କଲେ ୬,୦୦୦ ଟଙ୍କା ଏବଂ ତିନି ବର୍ଷକୁ ୯୦,୦୦୦ ଟଙ୍କା ଭଳି ପ୍ୟାକେଜ୍ ମଧ୍ୟ ସେମାନେ ଘୋଷଣା କରିଥିଲେ। ଏନେଇ ମାମଲାର ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା।  

ଏହିଭଳି ସ୍କାମ୍‌ର ଶିକାର ହୋଇଥିବା ରେଣୁ ସିଂ ନାମକ ଜଣେ ମହିଳା କହିଛନ୍ତି ଯେ, ରାଜୀବ ଏବଂ ରଶ୍ମୀଙ୍କ ଏଭଳି ଲୋଭନୀୟ ଅଫର୍ ପ୍ରତି ଆକର୍ଷିତ ହୋଇ ସେ ୧୦.୭୫ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି।

ଏହିଭଳି ଭାବେ ବହୁ ଲୋକଙ୍କଠାରୁ ସେମାନେ ପାଖାପାଖି ୩୫ କୋଟି ଟଙ୍କା ଠକିଛନ୍ତି। ଲୋକଙ୍କ ଅଭିଯୋଗ ଆଧାରରେ କିଡ୍‌ୱାଇ ନଗର ପୋଲିସ୍ ବିଏନଏସ ଧାରା ୩୧୮ (୪) ଅନୁଯାୟୀ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Tags: #Duping #AgeReversal #Scam #Kanpur #UP

LEAVE A REPLY

Please enter your comment!
Please enter your name here