ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ରଞ୍ଜନ କୁମାର ଗୋଗୋଇ। ଅକ୍ଟୋବର ୩ରେ ସେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଅକ୍ଟୋବର ୨ରେ ବର୍ତ୍ତମାନ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ଏବେ ଜଷ୍ଟିସ୍ ଗୋଗୋଇ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ପରମ୍ପରା ଅନୁଯାୟୀ ସୁପ୍ରିମକୋର୍ଟ ବରିଷ୍ଠ ଜଜ୍‌ଙ୍କୁ ପ୍ରଧାନ ବିଚାରପତି କରାଯିବ। ବରିଷ୍ଠତା ଦୃଷ୍ଟିରୁ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍‌ ଗୋଗୋଇ ହେଉଛନ୍ତି ବରିଷ୍ଠ ବିଚାରପତି।

୨୦୧୧ରେ ଜଷ୍ଟିସ୍ ଗୋଗୋଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୨ ଏପ୍ରିଲ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

କିଛିଦିନ ତଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଯେଉଁ ୪ ଜଣ ବିଚାରପତି ଅଭିଯୋଗ ଆଣିଥିଲେ ସେମାନଙ୍କ ଭିତରେ ଥିଲେ ଜଷ୍ଟିସ୍ ଗୋଗୋଇ।

ଗୌହାଟି ହାଇକୋର୍ଟରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଜଷ୍ଟିସ୍ ଗୋଗୋଇ। ତାଙ୍କ ବାପା କେଶବ ଚନ୍ଦ୍ର ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here