ଓଡ଼ିଶାଲାଇଭ୍ ବ୍ୟୁରୋ

ହସ ବ୍ୟକ୍ତିତ୍ୱର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ହସ ମଣିଷର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ହସିବା ନିହାତି ଆବଶ୍ୟକ ହୋଇଥାଏ। ଅଧିକାଂଶ ସମୟରେ ମନଖୋଲି ହସିବାରେ ପ୍ରତିବନ୍ଧକ ସାଜିଥାଏ ହଳଦିଆ ଦାନ୍ତ।

ତେବେ ଦାନ୍ତକୁ ହଳଦିଆପଣରୁ ମୁକ୍ତ କରିବା ପାଇଁ ଆପଣାନ୍ତୁ କେତେକ ଉପାୟ….

ଷ୍ଟ୍ରବେରୀ- ଷ୍ଟ୍ରବେରୀ ଦାନ୍ତରୁ ହଳଦିଆ ରଙ୍ଗ ହଟାଇବାରେ ସାହାଯ୍ୟ କରିଥାଏ। ଷ୍ଟ୍ରବେରୀରେ ଥିବା ଏନଜାଇମ୍, ମଲିକ ଏସିଡ୍ ଓ ଭିଟାମିନ ସି ଦାନ୍ତରୁ ହଳଦିଆ ରଙ୍ଗ ହଟାଇ ଦାନ୍ତକୁ ଚମକାଇ ଥାଏ। ସପ୍ତାହରେ ଦୁଇ ଥର ଷ୍ଟ୍ରବେରୀ ରସରେ ବ୍ରଶ କରିପାରିବେ। ଯଦି ବ୍ରଶ ନକରିପାରିବେ ତେବେ ଷ୍ଟ୍ରବେରୀକୁ ଚୋବାଇ ଖାଇଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଫ୍ଲୋସିଙ୍ଗ- ଅଧିକାଂଶ ଡେଣ୍ଟିଷ୍ଟ ବ୍ରଶ ତୁଳନାରେ ଫ୍ଲୋସିଙ୍ଗକୁ(ଦାନ୍ତ ସଫା କରିବା ପାଇଁ ଏକ ସୂତା) ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରିଥାନ୍ତି। ଫ୍ଲୋସିଙ୍ଗ ଦାନ୍ତ କଡ଼ରୁ ହଳଦିଆ ରଙ୍ଗ ଛଡ଼ାଇ ଦେଇଥାଏ। ତେଣୁ ସପ୍ତାହରେ ଅତିକମରେ ଦୁଇ ଥର ଫ୍ଲୋସିଙ୍ଗ କରିବା ଆବଶ୍ୟକ।

ଖାଇବା ସୋଢ଼ା ଓ ଲେମ୍ବୁ ଦାନ୍ତ ସଫା କରିବା ପାଇଁ ଘରୋଇ ଉପାୟ ସବୁଠାରୁ ଅଧିକ ପ୍ରଚଳିତ। ଘରୋଇ ଉପାୟରେ ଦାନ୍ତ ସଫା କରିବା ପାଇଁ ସବୁଠୁ ଭଲ ମାଧ୍ୟମ ଖାଇବା ସୋଢ଼ା ଓ ଲେମ୍ବୁ। ସପ୍ତାହରେ ଥରେ ଖାଇବା ସୋଢ଼ା ଓ ଲେମ୍ବକୁ ମିଶାଇ ବ୍ରଶ କଲେ ଏହା ଦାନ୍ତକୁ ସଫା ରଖିଥାଏ। ହେଲେ ଧ୍ୟାନ ରଖିବେ ଯଦି ବ୍ରଶ କରିବା ସମୟରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ତୁରନ୍ତ ବ୍ରଶ କରିବା ବନ୍ଦ କରିଦେବେ।

ସେଓସେଓକୁ ଭଲ ଭାବରେ ଚୋବାଇ ଖାଇଲେ ଏହା ଦାନ୍ତରୁ ବ୍ୟାକ୍ଟେରିଆ ହଟାଇ ଦେଇଥାଏ। ଫଳ କେବଳ ଦାନ୍ତରୁ ବ୍ୟକ୍ଟେରିଆ ସଫାକରେ ତାହା ନୁହେଁ ଏହା ଦାନ୍ତକୁ ମଜବୁତ କରିଥାଏ।

LEAVE A REPLY

Please enter your comment!
Please enter your name here