ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଦିନର ବ୍ୟବଧାନ ପରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରେ ଲଞ୍ଚ ହେବାକୁ ଯାଉଛି ଆପଲ୍‌ ଆଇଫୋନ୍‌-୧୧ ସିରିଜ୍‌। କାଲିଫର୍ଣ୍ଣିଆରେ ଆୟୋଜିତ ଆପଲ୍‌ କମ୍ପାନିର ବାର୍ଷିକ ଆଇ ଫୋନ୍‌ ଇଭେଣ୍ଟ-୨୦୧୯ରେ ଆଇଫୋନ୍‌-୧୧ ସିରିଜ୍‌କୁ ଲଞ୍ଚ କରାଯିବ। ଏହି ଅବସରରେ କମ୍ପାନି ପକ୍ଷରୁ ଆଇଫୋନ୍‌-୧୧, ଆଇଫୋନ୍‌-୧୧ଆର୍‌ ଏବଂ ଆଇଫୋନ୍‌-୧୧ମ୍ୟାକ୍ସ ଲଞ୍ଚ କରାଯିବ।

ଆପଲ୍‌ ପକ୍ଷରୁ ଏହି ବାର୍ଷିକ ଉତ୍ସବରେ ନେକ୍ସ୍‌ଟ ଜେନେରେସନ ଆଇଓଏସ୍‌ ୧୩ ଲଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଇଓଏସ୍‌ ୧୩ ହେଉଛି ଆଇଫୋନ୍‌ ଅପରେଟିଂ ସିଷ୍ଟମର ଲାଟେଷ୍ଟ ଭର୍ସନ। ଏହା ବ୍ୟତୀତ ଆପଲ ୱାଚ୍, ଆପଲ ଟିଭି ମଧ୍ୟ ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି।

ଲଞ୍ଚ ପୂର୍ବରୁ ଆଇଫୋନ୍‌-୧୧ର ଦାମ୍‌ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ତେବେ ଏହାର ପ୍ରାରମ୍ଭିକ ମୂଲ୍ୟ ୧୦୦ ଡଲାର ଅର୍ଥାତ ୭୫,୫୪୧ ଟଙ୍କା ରହିପାରେ। ସେହିପରି ୨୫୬ ଜିବି ଭାରିଏଣ୍ଟର ମୂଲ୍ୟ ପାଖାପାଖି ୮୬ ହଜାର ରହିପାରେ ବୋଲି ଶୁଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here