ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟବାପି ଦୁଇଦିନିଆ ଆଇନଜୀବୀ ଆନ୍ଦୋଳନର ଆଜି ଦ୍ଵିତୀୟ ଦିନ। ଅଲ୍ ଇଣ୍ଡିଆ ବାର୍ କାଉନ୍ସିଲିର ଡାକରାରେ ଆଇନଜୀବୀମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି। ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ଆଇନ୍ଜୀବୀ ଦାବିପତ୍ର ପ୍ରଦାନ କରିବେ।
ବିଭିନ୍ନ ଦାବିରେ ଦୁଇ ଦିନ ହେଲା ଆଇନଜୀବୀ ଆନ୍ଦୋଳନ କରୁଛନ୍ତି। ଅବସରକାଳୀନ ଭତ୍ତା, ବୀମାଭୁକ୍ତ କରିବା ଆଦି ଆଇନଜୀବୀଙ୍କର ଦାବି ରହିଛି। ଏହାଛଡ଼ା ଇ- ଲାଇବ୍ରେରୀ, କାର୍ଯ୍ୟାଳୟରେ ମହିଳା ଆଇନ୍ଜୀବୀଙ୍କ ପାଇଁ ସୁବିଧା ଦାବି କରିଛନ୍ତି ଓକିଲା।
ସୋମବାରଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ମଙ୍ଗଳବାର ଶେଷ ହେବ। ଆନ୍ଦୋଳନ ଯୋଗୁଁ ସବୁ ଜିଲ୍ଲାରେ ଦୁଇ ଦିନ ହେଲା କୋର୍ଟ କାର୍ଯ୍ୟ ବନ୍ଦ ରହିଛି।