ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକ ୨ ଲୋକସଭା ଆସନ ସହ ୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଅଧିକାଂଶ ପ୍ରାର୍ଥୀଙ୍କ ନାଁ ନୂଆ। ଅର୍ଥାତ ନବୀନ ଏଥର ପୂରୁଣା ମୁହଁ ଅପେକ୍ଷା ନୂଆ ମୁହଁ ଉପରେ ଭରସା କରିଛନ୍ତି।

ଭୁବନେଶ୍ୱର ଉତ୍ତର ଲାଗି ଦଳ ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ ଦେଇଛି। ୨୦୧୪ ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର ଉତ୍ତର ଲାଗି ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। ମାତ୍ର ୨୦୧୯ରେ ଚର୍ଚ୍ଚା ହେଉଥିଲା କି ଦଳ ପ୍ରୟଦର୍ଶୀ କିମ୍ବା ଚିନ୍ମୟ ସାହୁଙ୍କୁ ଟିକେଟ ଦେଇପାରେ। ମାତ୍ର ନବୀନ ଏଥର ଉଭୟଙ୍କୁ କାଟି ଏକ ନୂଆ ଚେହେରା ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ ଦେଇଛନ୍ତି।

ଭୁବନେଶ୍ୱର ମଧ୍ୟ ଲାଗି ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଯେଉଁ ଆସନରେ ପୂର୍ବରୁ ବିଜୟ ମହାନ୍ତି ନିର୍ବାଚନ ଜିତି ଆସୁଥିଲେ। ତୃତୀୟ ଥର ଲାଗି ଦଳ ପୁଣିଥରେ ତାଙ୍କୁ ଟିକେଟ ଦେବ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଥିଲା କିନ୍ତୁ ନବୀନ ପଟ୍ଟନାୟକ ଏଥର ସେଠାରୁ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛନ୍ତି।

ସେହିପରି ଆଠମଲ୍ଲିକରୁ ସଞ୍ଜିବ ସାହୁଙ୍କ ପରିବର୍ତ୍ତେ ରମେଶ ଚନ୍ଦ୍ର ସାଏଙ୍କୁ ଦଳ ପ୍ରାର୍ଥୀ କରିଛି। ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଟିକେଟ କଟିଛି। ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରିଛି ବିଜେଡି। କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଟିକେଟ କାଟି ଦଳ ଅଶୋକ ବଳଙ୍କୁ ଟିକେଟ ଦେଇଛି।

LEAVE A REPLY

Please enter your comment!
Please enter your name here