ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦଳ ବିରୋଧୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୧୯ କଂଗ୍ରେସ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ଓଡ଼ିଶା କଂଗ୍ରେସରେ ଦଳ ବିରୋଧୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୧୯ କଂଗ୍ରେସ ନେତାଙ୍କୁ ବହିଷ୍କାର କରାଯାଇଛି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଏହି ନେତାମାନଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସର ସମ୍ପାଦକ ବିଶ୍ୱଜିତ ଦାସ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ଏଆଇସିସି ସଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଓଡ଼ିଶା କଂଗ୍ରେସ ଅସ୍ଥାୟୀ ପ୍ରଭାରୀ ଟିଏସ୍ ସିଂହ ଦେଓ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନରେ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ୧୯ ଜଣ ଦଳୀୟ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି।
ବହିଷ୍କୃତି ହୋଇଥିବା ୧୯ ଜଣ ହେଉଛନ୍ତି ମକରନ୍ଦ ମୁଦୁଲି, ସନ୍ଧୁ ଚରଣ ମାଝୀ, ଜୋସେଫ୍ ଭଦ୍ରା, ଗଜେନ୍ଦ୍ର ନାୟକ, ଅମ୍ବିକା ମାଝୀ, ନୀଳକଣ୍ଠ ଝଡ଼ିଆ, ରୁଆଇ ମାଝୀ, ଡାକ୍ତର ତିରୁପତି ପାଣିଗ୍ରାହୀ, ଜି. ତିରୁପତି ରାଓ, ଅଖିଲ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଦୋରା, ଏସ୍ ବାଲାରାଜୁ, ଏମ୍ କ୍ରିଷ୍ଣାରାଓ, ହିମାଂଶୁ ଲିମା, ଗଞ୍ଜୁ ଗମାଙ୍ଗ, କିଶୋର ଚନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ବଡ଼ମୁଣ୍ଡି, ଏସ୍ ଗଜପତି ରାଓ ଏବଂ କୃଷ୍ଣଚନ୍ଦ୍ର ବେହେରା।