ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ଦେଶବାସୀଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରରେ ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଲଦାଖକୁ ଜମ୍ମୁ କଶ୍ମୀରଠାରୁ ଅଲଗା କରି ଦୁଇଟି ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଛି। ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସବୁଠାର ବଡ଼ ପଦକ୍ଷେପ।

ସଂସଦରେ ବିରୋଧୀ ଦଳ ଏହାକୁ ବିରୋଧ କରିଥିବା ବେଳେ ଅନେକ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଏହି ପଦକ୍ଷେପକୁ ଓଡ଼ିଶାର ଲୋକମାନେ କିଭଳି ଭାବେ ଗ୍ରହଣ କରିଛନ୍ତି, ଆସନ୍ତୁ ଜାଣିବା।

ଭୁବନେଶ୍ୱର କୋର୍ଟର ଆଡଭକେଟ୍‌ ଡକ୍ଟର ଗଙ୍ଗାଧର ବେହେରା କହିଛନ୍ତି ଯେ, “ଧାରା ୩୭୦ର ଉଚ୍ଛେଦକୁ ମୁଁ ସ୍ୱାଗତ ଜଣାଉଛି। କାହିଁକି ନା, ଭାରତ ଏକ ସାର୍ବଭୌମିକ ରାଷ୍ଟ୍ର। ଭାରତ ସ୍ୱାଧିନତା ପାଇବା ପରେ ଜମ୍ମୁ କଶ୍ମୀରକୁ ଯେଉଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା ତାହା ସମ୍ପୂର୍ଣ୍ଣ ଭୁଲ। ଏହା ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ ଅଙ୍ଗ। ବର୍ତ୍ତମାନ ଏହା ଭାରତ ସହ ଯୋଡ଼ି ହୋଇଯାଇଛି। ଏହା ଆମ ଦେଶ ପାଇଁ ଖୁସି ଖବର।”

ସେହିପରି ପ୍ରହଲ୍ଲାଦ ନାୟକ କହିଛନ୍ତି ଯେ, “ଧାରା ୩୭୦ର ଉଚ୍ଛେଦ ହେବା ଦ୍ୱାରା ଭାରତୀୟ ନାଗରିକ ଭାବେ ଜମ୍ମୁ କଶ୍ମୀର ବାସିନ୍ଦା ବର୍ତ୍ତମାନ ଭାରତ ଯେକୌଣସି ସ୍ଥାନରେ ରହିପାରିବେ। ଆମେ ମଧ୍ୟ କଶ୍ମୀରରେ ରହିପାରିବା। ମୋଦି ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ।’

ଜଣେ ଭାରତୀୟ ଭାବେ ସରକାରଙ୍କ ଏହି ନିଷ୍ପତ୍ତିରେ ମୁଁ ଖୁସି। ଏହା ବହୁତ ପୂର୍ବରୁ ହେବାର ଥିଲା ବୋଲି ନିଜ ମତ ଦେଇଛନ୍ତି ଭୁବନେଶ୍ୱର କୋର୍ଟର ଆଡଭକେଟ ନାରାୟଣ କର।

“ଆର୍ଟିକଲ ୩୭୦ ଉଚ୍ଛେଦ ହୋଇଥିବାରୁ ମୁଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ସରକାରଙ୍କ ଏହି ନିଷ୍ପତ୍ତିରେ ମୁଁ ଖୁସି। ସାରା ଭାରତରେ ଗୋଟିଏ ଆଇନ୍‌ ହେବା ଦରକାର” କହିଛନ୍ତି ଆସାମର ପାର୍ଥବ ସରକାର।

ସେହିପରି ଜାମସେଦପୁରର ପଲ୍ଲବି ମିଶ୍ରା କହିଛନ୍ତି ଯେ, “ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହୋଇ ବର୍ତ୍ତମାନ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହୋଇଛି। ଏହା ସମଗ୍ର ଦେଶବାସୀଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ। ମୋଦି ସରକାରରେ ହିଁ ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ ହୋପାରିଛି। ଆଶା କରୁଛି ଆଗାମୀ ଦିନରେ ମଧ୍ୟରେ ମୋଦିଜି ଦେଶ ପାଇଁ ଭଲ କାମ କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ।”

LEAVE A REPLY

Please enter your comment!
Please enter your name here