ସତ୍ୟବ୍ରତ ପାଢୀ

କଟକ ଓ ଭୁବନେଶ୍ୱରର ପାଖାପାଖି ଅଞ୍ଚଳରେ ସ୍ୱର୍ଗଦ୍ୱାରଡଟ୍‌କମ୍‌ ତା’ର ସେବା ଆରମ୍ଭ କରିଛି।

ନିଜ ପରିବାର କିମ୍ବା ଆମର ଆତ୍ମୀୟସ୍ୱଜନଙ୍କର କାହାର ମୃତ୍ୟୁ ହେଲେ ସତେ ଯେମିତି ମନୋବଳ ଭାଙ୍ଗିଗଲା ପରି ମନେହୁଏ। ଚାରିଆଡେ ଅନ୍ଧାର ଦେଖାଯାଏ। ଶୋକାକୁଳ ପରିସ୍ଥିତି ଭିତରେ ମୃତ ବ୍ୟକ୍ତିଙ୍କ ଦାହ ସଂସ୍କାର ତଥା କ୍ରିୟାକର୍ମ ସମାପନ କରିବା ସମସ୍ତଙ୍କ ପକ୍ଷେ ମାନସିକ ସ୍ତରରେ ସମ୍ଭବ ହୋଇନଥାଏ। କିନ୍ତୁ ଏ ସମସ୍ୟାର ସମାଧାନ ଏବେ ସୁରୁଖୁରୁରେ ହୋଇପାରିବ। ଏହାର ଏକ ସରଳ ବାଟ ହେଉଛି ସ୍ୱର୍ଗଦ୍ୱାର ଡଟ୍‌କମ୍।

ସ୍ମାର୍ଟସିଟି ଭୁବନେଶ୍ୱରରେ ଗତ କିଛି ମାସ ତଳେ ନୂଆ କରି ଆରମ୍ଭ ହୋଇଛି ସ୍ୱର୍ଗଦ୍ୱାର ଡଟ୍‌କମ୍‌ର ସେବା। କଟକ ଓ ଭୁବନେଶ୍ୱରର ପାଖାପାଖି ଅଞ୍ଚଳରେ ସ୍ୱର୍ଗଦ୍ୱାର ଡଟ୍‌କମ୍‌ ତା’ର ସେବା ଆରମ୍ଭ କରିଛି। ଓଡ଼ିଆ ଯୁବକ ପ୍ଲାବନ ମହାପାତ୍ର ହେଉଛନ୍ତି ଏହାର ପ୍ରତିଷ୍ଠାତା।

ପ୍ଲାବନବାବୁ ବିଶେଷତଃ ଆଇଟି ବ୍ୟାକ୍‌ଗ୍ରାଉଣ୍ଡର। ଦୀର୍ଘ ୧୦ ବର୍ଷ ହେବ ସେ ସୁଦୂର ଆମେରିକାରେ ଏକ ପ୍ରତିଷ୍ଠିତ ଆଇଟି କମ୍ପାନିରେ କାର୍ଯ୍ୟରତ ଥିଲେ।

“ମୁଁ ଗତ କିଛି ମାସ ହେବ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛି। କିଛି ନୂଆ କରିବାର ଇଛା ଏବଂ ଓଡ଼ିଶାରେ କିପରି ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବି ଏ କଥା ମୋତେ ସବୁବେଳେ ଆନ୍ଦୋଳିତ କରୁଥିଲା। ସେଥିପାଇଁ ମୁଁ ଓଡ଼ିଶା ଆସି ଆରମ୍ଭ କରିଛି ଏହି ଅଭିନବ ସେବା – ସ୍ୱର୍ଗଦ୍ୱାର ଡଟ୍‌କମ୍‌’’, ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି ପ୍ଲାବନବାବୁ।

ଯଦି ପରିବାର କିମ୍ବା ବନ୍ଧୁବାନ୍ଧବରେ କେହି ମୃତ୍ୟୁବରଣ କରନ୍ତି, ସ୍ୱର୍ଗଦ୍ୱାରଡଟ୍‌କମ୍‌ ୱେବସାଇଟ୍‌ରେ ପଞ୍ଜୀକୃତ କଲେ କିମ୍ବା ୱେବସାଇଟ୍‌ରେ ପ୍ରଦତ୍ତ ନମ୍ବରରେ ଫୋନ କଲେ ସ୍ୱର୍ଗଦ୍ୱାରଡଟ୍‌କମ୍‌ର ଟିମ୍ ସେଠାରେ ଯାଇ ପହଞ୍ଚିବେ। ଏହାପରେ ପାର୍ଥିବ ଶରୀରର ଅନ୍ତିମ ସତ୍କାର ପାଇଁ ଭ୍ୟାନଠାରୁ ଆରମ୍ଭକରି କୋକେଇ, ଫୁଲ, କାଠ, ବ୍ରାହ୍ମଣ, ବାରିକ ଓ ଅନ୍ୟ ସେବାୟତ ସବୁକିଛି ସେମାନେ ବ୍ୟବସ୍ଥା କରିଥାନ୍ତି।

କେବଳ ସେତିକି ନୁହେଁ ସଂସ୍କାର ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ସହ ୧୩ ଦିନ ଯାଏଁ କାର୍ଯ୍ୟ ଯେମିତିକି ପଂକ୍ତିଭୋଜନ, ନିମନ୍ତ୍ରଣ କାର୍ଡ, ସଂକୀର୍ତ୍ତନ ମଣ୍ଡଳୀ, ମହାପ୍ରସାଦ, ଟେଣ୍ଟହାଉସ ଇତ୍ୟାଦି ସେବା ମଧ୍ୟ ଯୋଗାଇ ଦେଇଥାନ୍ତି। ବିଭିନ୍ନ ପ୍ୟାକେଜ୍ ପାଇଁ ନିର୍ଦ୍ଦିଷ୍ଟ ରେଟ୍ ନିର୍ଦ୍ଧାରିତ ହୋଇଛି।

ଗତ ୬ ମାସରେ ପାଖାପାଖି ୩୦ ଜଣଙ୍କୁ ସ୍ୱର୍ଗଦ୍ୱାରଡଟ୍‌କମ୍‌ ମାଧ୍ୟମରେ ସେବା ଯୋଗାଇ ଦିଆଯାଇଛି। ବିଭିନ୍ନ ବର୍ଗର ଲୋକଙ୍କ ସୁଚିନ୍ତିତ ମତାମତ ପ୍ଲାବନବାବୁଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି। ଆଗାମୀ ଦିନରେ କିପରି ସବୁ ଜିଲ୍ଲାରେ ଶାଖା ଖୋଲିବ ଏବଂ ଲୋକମାନେ ଏହାକୁ ଗ୍ରହଣ କରିବେ ସେଥିପ୍ରତି ଲାଗିପଡିଛନ୍ତି ଏହାର ପ୍ରତିଷ୍ଠାତା।

“ସ୍ୱର୍ଗଦ୍ୱାରଡଟ୍‌କମ୍‌ ଏକ ଅଭିନବ ଅନୁଷ୍ଠାନ। ଏହି ଅନୁଷ୍ଠାନକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍‌ ହେବ। ମୋ ସମ୍ପର୍କୀୟଙ୍କ ବିୟୋଗରେ ପରିବାରର ସମସ୍ତ ସଦସ୍ୟ ଦୁଃଖରେ ମ୍ରିୟମାଣ ଥିବା ବେଳେ ସ୍ୱର୍ଗଦ୍ୱାରଡଟ୍‌କମ୍‌ ସହାନୁଭୂତିର ହାତ ବଢାଇବା ସଙ୍ଗେସଙ୍ଗେ ମୃତଦେହକୁ ବିମାନ ବନ୍ଦରରୁ ଆଣିବା ପାଇଁ ବିନା ସଙ୍କୋଚରେ ଦୀର୍ଘ ୬ ଘଣ୍ଟା ଧରି ଅପେକ୍ଷା କରିିଥିଲେ। ସୁରୁଖୁରୁରେ କିପରି ଶେଷକୃତ୍ୟ ସମ୍ପନ୍ନ କରାଯିବ, ସେଥିପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନେ ବେଶ୍‌ ଯତ୍ନବାନ ଥିଲେ, ଯାହାକି ଆମେ ସେ ପରିସ୍ଥିତିରେ ବୋଧହୁଏ କରିପାରିନଥା’ନ୍ତୁ”, ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି ସ୍ୱର୍ଗଦ୍ୱାରଡଟ୍‌କମ୍‌ର ସେବା ପାଇଥିବା ଦୀପକ ସାହୁ।

ସବୁ ଧର୍ମର ବ୍ୟକ୍ତିବିଶେଷ ଏବଂ ପରିବାର ଏହି ସେବାକୁ ଆପଣେଇପାରିବେ। ବିଭିନ୍ନ ଧର୍ମର ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା।

ଚାଣକ୍ୟଙ୍କ ସେହି କାଳଜୟୀ ଶ୍ଲୋକ ‘ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠତି ସଃ ବାନ୍ଧବଃ’ ଅର୍ଥାତ୍‌ ‘ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’, ଯାହାର ନିଚ୍ଛକ ଉଦାହରଣ ହେଉଛି ସ୍ୱର୍ଗଦ୍ୱାରଡଟ୍‌‍କମ୍‌ ।

(ସତ୍ୟବ୍ରତ ଓଡ଼ିଶାଲାଇଭ୍‌ର ରିପୋର୍ଟର ଭାବେ କାର୍ଯ୍ୟରତ)

Facilitating the final Journey – Swargadwara.com

21 COMMENTS

  1. ଚମତ୍କାର ଉଦ୍ୟମ। କିଛି ଅଲଗା କରି ଦେଖାଇବା ପାଇଁ ସାହସ ଦରକାର। ପ୍ଲାବନ ଜଣେ ନିଆରା ମଣିଷ।

  2. Great initiative and truly innovative effort. Not only people will be benefited by it, but also it’s a genuine approach to uphold the religious sentiments of the bereaved at trying times.
    Best wishes for your positive venture, may ShriJagannath bless all.

  3. Heard a lot about the amazing service provided by swargadwara.com. What a fabulous Idea to help people in their difficult time . I highly recommend this website for their professional service!!!

  4. A completely innovative idea to serve the society. Wish that the people of Odisha and India will definitely avail the services during their difficult period with ease.

  5. jai jagannath.Jahau gote bada samasya ra samadhan bata fitigala.Bahut bahut Dhanyabad apananku Sriman Mohapatra….eha eka dusahasika padakhep….tuma paine jatani tatha odishabasi garbita….Dhanya tuma pitamata….

  6. What a great initiative. It indeed needs a great heart and mind to help people in their most difficult time.”Service to mankind is to Sevice to God”, Swargadwara really believes this, highly recommended and popular for their professional service. Keep up the good work!

Comment