ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ - OdishaLIVEଓଡ଼ିଆ ଜାତିପ୍ରାଣର ପରିଚୟ ଉତ୍କଳଗୌରବ ମଧୁସୂଦନଙ୍କ ଲିଖିତ କବିତାଗୁଡ଼ିକ ଆଜି ଡିଜିଟାଲ୍‍ ମିଡିଆରେ ବେଶ୍‍ ଲୋକପ୍ରିୟ ହୋ‍ଇପାରିଛି। ଏହି ଜାତୀୟତାବାଦୀ କବିତାଗୁଡ଼ିକର ସଙ୍ଗୀତ ଶ୍ରୋତାମାନଙ୍କୁ ଆକର୍ଷିତ କରୁଛି। ଏହି ଗୀତଗୁଡ଼ିକ ମଧ୍ୟରେ ‘ଉଠରେ ଉଠରେ ଉତ୍କଳ ସନ୍ତାନ’, ସବୁଠୁ ଅଧିକ ଲୋକଙ୍କ ହୃଦୟ ଛୁଇଁପାରିଛି। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲରେ ଏହାର ଭ୍ୟୁଜ୍‍ ସଂଖ୍ୟା ଅଗଷ୍ଟ ୨୫, ୨୦୧୭ ସୁଦ୍ଧା ୫୦ ହଜାର ଟପିଯାଇଛି।

ଓଡ଼ିଆ ଜାତି ଉଦ୍ଦେଶ୍ୟରେ ସଙ୍ଗୀତ ମାଧ୍ୟମରେ ମଧୁବାବୁଙ୍କ ଆହ୍ୱାନକୁ ନେଇ ‘ମଧୁ ଗୀତି’ ପ୍ରଥମ ପ୍ରସ୍ତୁତି ହୋ‍ଇଥିବାରୁ ଏହା ଆଜି ୱେବ୍‍ ଓ ସୋସିଆଲ ମିଡିଆରେ ଲୋକଙ୍କ ମନକୁ ଆକର୍ଷିତ କରିପାରିଛି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ତଥା ଓଡ଼ିଆ ଅସ୍ମିତାର ସୂର୍ଯ୍ୟ ମଧୁବାବୁ କେବଳ ତାଙ୍କର କର୍ମରେ ନୁହେଁ, କବିତା ମାଧ୍ୟମରେ ଓଡ଼ିଆ ଜାତିପ୍ରାଣକୁ ଛୁଇଁ ପାରିଥିଲେ। ସେ ଅଳ୍ପ କେତୋଟି କବିତା ଲେଖିଥିଲେ। ତାଙ୍କର ଏହି କାଳଜୟୀ ସୃଷ୍ଟି ଭିତରେ ରହିଛି: ଉଠରେ ଉଠରେ ଉତ୍କଳ ସନ୍ତାନ, ମା’ ମା’ ବୋଲି କେତେ ମୁଁ ଖୋଜିଲି, ତୁ ପରା ବୋଲାଉ ଉତ୍କଳ ସନ୍ତାନ, ଜାତି ଇତିହାସ ଜାତିର ନିର୍ଝର, ଗଙ୍ଗା ଗୋଦାବରୀ, ମାତା ମାତା ରବ, ଆହେ ବିଶ୍ୱପତି ଇତ୍ୟାଦି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତାଙ୍କର ଏହି କାଳଜୟୀ କାବ୍ୟ-କୃତିକୁ ଏକାଠିକରି ’ମଧୁ ଗୀତି’ ନାମରେ ସଙ୍ଗୀତ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ଅଡିଓ ଆଲ୍‌ବମ୍‌ରେ ଗୀତଗୁଡ଼ିକ ଗାଇଛନ୍ତି ଛନ୍ଦା ମିଶ୍ର, ଡକ୍ଟର ଜୟଶ୍ରୀ ଧଳ ଓ ବସନ୍ତ ପାତ୍ରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀମାନେ।

ଏହି ଅଡିଓ ଆଲବମ୍‌ରେ ମଧୁସୂଦନ ଦାସଙ୍କ ସଂକ୍ଷିପ୍ତ ଜୀବନ, ଜାତିୟତା-ପ୍ରାଣ ଏବଂ ସାହିତ୍ୟକୃତି ବିଷୟରେ ଉପକ୍ରମଣିକା ଦେଇଛନ୍ତି ପ୍ରଫେସର ଯତୀନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ଏବଂ ଡକ୍ଟର ବିଜୟାନନ୍ଦ ସିଂହ। ତତ୍‌କାଳୀନ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ପ୍ରୋତ୍ସାହନରେ ପ୍ରସ୍ତୁତ ଏହି ଅଡିଓ ଆଲବମ୍‍ ମଧୁସୂଦନଙ୍କ ପବିତ୍ର ଜନ୍ମଦିନ ଅବସରରେ ୨୮ ଏପ୍ରିଲ ୨୦୧୫ ଦିନ ଉନ୍ମୋଚିତ ହୋ‍ଇଥିଲା। ଗାୟିକା ଛନ୍ଦା ମିଶ୍ରଙ୍କ ପରିଚାଳନାରେ ମଧୁ ଗୀତି ପ୍ରସ୍ତୁତ ହୋ‍ଇଥିଲା।

ମଧୁସୂଦନ ଦାସଙ୍କ ଏହି ଚିର ସବୁଜ ସୃଷ୍ଟିକୁ ଡିଜିଟାଲ୍‍ ମିଡିଆ ମାଧ୍ୟମରେ ସାରା ପୃଥିବୀରେ ପହଞ୍ଚାଇବାର ଏକ ବିନମ୍ର ଉଦ୍ୟମ କରିଛି ଓଡ଼ିଶାଲାଇଭ୍‍।

‘ମଧୁ ଗୀତି’ (ସୌଜନ୍ୟ: ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର):

୧. ଉଠରେ ଉଠରେ ଉତ୍କଳ ସନ୍ତାନ: ସଙ୍ଗୀତ ଓ କଣ୍ଠଦାନ – ଛନ୍ଦା ମିଶ୍ର

୨. ମା’ ମା’ ବୋଲି କେତେ ମୁଁ ଖୋଜିଲି: ସଙ୍ଗୀତ ଓ କଣ୍ଠଦାନ – ଡକ୍ଟର ଜୟଶ୍ରୀ ଧଳ

୩. ତୁ ପରା ବୋଲାଉ ଉତ୍କଳ ସନ୍ତାନ: ସଙ୍ଗୀତ ଓ କଣ୍ଠଦାନ – ବସନ୍ତ ପାତ୍ର

୪. ଜାତି ଇତିହାସ ଜାତିର ନିର୍ଝର: ସଙ୍ଗୀତ ଓ କଣ୍ଠଦାନ – ଛନ୍ଦା ମିଶ୍ର

୫. ଗଙ୍ଗା ଗୋଦାବରୀ: ସଙ୍ଗୀତ ଓ କଣ୍ଠଦାନ – ଛନ୍ଦା ମିଶ୍ର

୬. ମାତା ମାତା ରବ: ସଙ୍ଗୀତ ଓ କଣ୍ଠଦାନ – ଛନ୍ଦା ମିଶ୍ର

୭. ପ୍ରେମର ଚୁମ୍ବନ: ସଙ୍ଗୀତ ଓ କଣ୍ଠଦାନ – ବସନ୍ତ ପାତ୍ର

୮. ଆହେ ବିଶ୍ୱପତି: ସଙ୍ଗୀତ ଓ କଣ୍ଠଦାନ – ଛନ୍ଦା ମିଶ୍ର

Tags: Digital Media, OdishaLIVE, Madhu Babu, Madhusudan Das, Utkal Gaurav, Madhusudan, Chhanda Mishra, Dr. Jayashree Dhal, Basanta Patra, I&PR

LEAVE A REPLY

Please enter your comment!
Please enter your name here