ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏମ୍‌ସରେ ୨୦ ଘଣ୍ଟାର ଅପରେସନ୍‍ ପରେ ଭେଣ୍ଟିଲେଟରରୁ ବାହାରିଛନ୍ତି ଜମା-ବଳିଆ। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ଥିବା ଏମ୍‌ସ ସୂତ୍ରରୁ ଜଣାପଡ଼ିଛି।
କନ୍ଧମାଳର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ୍‍ ସଫଳତାର ସହ ଶେଷ ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍‌ସ ଡାକ୍ତରୀ ଦଳ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି।
ଦେଢ଼ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‍ ହୋଇପାରେ ବୋଲି ସୂଚନା ମିଳିଛି। ଏଥିପାଇଁ ଆମେରିକାରୁ ଜଣେ ବିଶେଷଜ୍ଞ ଆସିବାର ଥିବା ଯୋଜନା ରହିଛି। ଜଗା-ବଳିଆ ସୁସ୍ଥତା କାମନା କରି କନ୍ଧମାଳରେ ପୂଜାର୍ଚ୍ଚନା ଚାଲିଛି।
ଅପରେସନ ଟିମ୍‍ ଲିଡର ପ୍ରଫେସର ଦୀପକ ଗୁପ୍ତା କହିଛନ୍ତି, ‘ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ଶେଷ ହୋଇଛି। ସେମାନଙ୍କ ଯୋଡ଼ା ମୁଣ୍ଡ ଅଲଗା ହୋଇନାହିଁ। ଭେନର ବାଇପାସ ଚ୍ୟାନେଲ ସୃଷ୍ଟି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଛି।’’
ନ୍ୟୁରୋ ସାଇନ୍ସ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ ଜଗା-ବଳିଆଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି। ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଦୁଇ ଦିନ ପରେ ସେମାନେ ଖାଦ୍ୟ ଗ୍ରହଣ କରିପାରିବେ। ମାସେ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ କରାଯିବ।
ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ ଜୁଲାଇ ୧୩ରେ ସେମାନଙ୍କୁ ଦିଲ୍ଲୀ ଏମ୍‌ସ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ୍‍ ପାଣ୍ଠିରୁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।
Tags: AIMS, Bhubaneswar News, Breaking News, Chief Minister, Jaga-Balia, Latest News, Naveen Patnaik, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here