ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍ ପ୍ରସାରଣ ଅଧିକାରକୁ କବଜା କଲା ଷ୍ଟାର ଇଣ୍ଡିଆ। ସୋନୀକୁ ପଛରେ ପକାଇ ଷ୍ଟାର ଇଣ୍ଡିଆ ଏହି ଅଧିକାର ପାଇଛି।
୧୬,୩୪୭ କୋଟି ଟଙ୍କାରେ ଷ୍ଟାର ଇଣ୍ଡିଆ ଏହି ଅଧିକାର ପାଇଛି।
୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଡିଜିଟାଲ ପ୍ରସାରଣ ପାଇଁ ଷ୍ଟାର ଇଣ୍ଡିଆକୁ ଏହି ଅଧିକାର ମିଳିଛି। ଦୀର୍ଘ ବର୍ଷ ଧରି ‘ସୋନି’ ଚ୍ୟାନେଲ ନିକଟରେ  ପ୍ରସାରଣ ଅଧିକାର ରହିଥିଲା। ୨୦୦୯ରେ ୧.୬୩ ଆରବ ଡଲାର ଦେଇ ସୋନି ଏହି ଅଧିକାର ୧୦ ବର୍ଷ ପାଇଁ ପାଇଥିଲା।
ପ୍ରସାରଣ ଅଧିକାର ପାଇବା ପରେ ଷ୍ଟାର ଇଣ୍ଡିଆ ଖୁସି ଜାହିର କରିଛି। ଆଇପିଏଲ ପ୍ରସାରଣ ଅଧିକାର ପାଇବା ପରେ ଏହାର ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି କମ୍ପାନୀର ଚେୟାରମ୍ୟାନ ଉଦୟ ଶଙ୍କର କହିଛନ୍ତି।
ଆଇପିଏଲ ପ୍ରସାରଣ ଅଧିକାର ପାଇଁ ୨୪ଟି କମ୍ପାନୀ ଆବେଦନ କରିଥିଲେ।

Tags: Star India, IPL, Indian Premier League, Sports, Indian Sports, Sony, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment