ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ଲାକ ପାଗୋଡା ବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବହୁ ପ୍ରତୀକ୍ଷିତ ‘ଲାଇଟ ଆଣ୍ଡ ସାଉଣ୍ଡ’ ସୋ ଶନିବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଇଣ୍ଡିଆ ଟୁରିଜିମ୍ ଡେଭଲପ୍‌ମେଣ୍ଟ କର୍ପୋରେସନ୍ (ଆଇଟିଡିସି)ର ମିଳିତ ଉଦ୍ୟମରେ ଏହି ବ୍ୟବସ୍ଥା କରାଯାଇଛି।
ବୌଦ୍ଧ ସ୍ତୁପ ଧଉଳି ପରେ କୋଣାର୍କରେ ‘ଲାଇଟ ଆଣ୍ଡ ସାଉଣ୍ଡ’ ସୋ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ଲୋକଙ୍କ ପାଇଁ ୫୦ ଟଙ୍କା ଫିସ୍ ରଖାଯାଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଛି।
ଉଦଘାଟନୀ ଅବସରରେ ୪୦ ମିନିଟ୍ ଧରି ଏହି ‘ସୋ’ ପ୍ରଦର୍ଶିତ ହୋଇଥିଲା। ଏହାକୁ ସ୍ଥାନୀୟ ଲୋକେ ଏବେ ଅତିଥି ଉପଭୋଗ କରିଥିଲେ।
ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ରେ ପର୍ଯ୍ୟଟକମାନଙ୍କୁ କୋଣାର୍କ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ, ମନ୍ଦିରର ନିର୍ମାଣ ଶୈଳୀ ଏବଂ ଶିଳ୍ପୀମାନଙ୍କ କାହାଣୀ ସମ୍ପର୍କରେ ୩ଟି ଭାଷାରେ ଅବଗତ କରାଯିବ। ଏକାସାଙ୍ଗେ ୨୫୦ ପର୍ଯ୍ୟଟକ ଏହାକୁ ଶୁଣିପାରିବା ଲାଗି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨୫୦ ହେଡ୍‌ଫୋନ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଶେଖର ସୁମନ ହିନ୍ଦୀରେ ଭଏସ ଦେଇଥିବା ବେଳେ ଇଂରାଜୀରେ କବୀର ବେଦୀ ଏବଂ ଓଡିଆରେ ବିଜୟ ମହାନ୍ତି ଭଏସ୍ ଦେଇଛନ୍ତି।
ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ପାଇଁ  ୮ଟି ହାଇ ଡେଫିମେସନ ପ୍ରୋଜେକ୍ଟର ବ୍ୟବହାର କରାଯିବାର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ଏହି ସୋ’ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି।
ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଲୋକାର୍ପଣ ଅବସରରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମା, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଏବଂ ଜଗତସିଂହପୁର ସାଂସଦ ଡକ୍ଟର କୁଳମଣି ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Tags: Bhubaneswar News, Breaking News, ITDC, Konark, Latest News, light and sound show, Chief Minister, Naveen Patnaik, Ashok Chandra Panda, Nitin Jawale, Pradeep Maharathi, Sekhar Suman, Bijay Mohanty, Odisha Breaking News, Odisha News, Odisha Stories, Odisha Top Stories, Odisha Tourism, Sun Temple, Top Stories, Tourist, UNESCO, World Heritage Site

Comment