ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ କମ୍ପାନିଗୁଡ଼ିକରେ ଏ ବର୍ଷର ଫେଷ୍ଟିଭାଲ ଧମାକା ଆରମ୍ଭ ହୋଇଯାଇଛି। ଆଜିଠାରୁ କମ୍ପାନିମାନେ ବ୍ୟାପକ ଡିସକାଉଣ୍ଟ ଦେବା ଆରମ୍ଭ କରୁଛନ୍ତି। ଗଲା ବର୍ଷ ଭଳି ଫ୍ଲିପକାର୍ଟ ଏ ବର୍ଷ ମଧ୍ୟ ତାର ‘ବିଗ୍ ବିଲିୟନ ଡେ ସେଲ’ ୪ ଦିନ ଧରି ଜାରି ରଖିବ। ଏଥିରେ ବିଭିନ୍ନ ଇଲେକ୍ଟ୍ରୋନିକ୍‌ସ ଓ ଆପ୍ଲାଏନ୍ସ ଉପରେ ଭାରି ଛାଡ଼ ଦେଉଛି କମ୍ପାନି।
ମୋବାଇଲ ତିଆରି କରୁଥିବା କମ୍ପାନି ଯଥା ଆସସ୍‍, ମୋଟୋରଲା ଓ ଏଚଟିସି ପକ୍ଷରୁ ବଜେଟ ସ୍ମାର୍ଟଫୋନ ଉପରେ ବେଶ୍ ଛାଡ଼ ମିଳିବ ବୋଲି ଘୋଷଣା କରାଯାଇଛି। ସାମସଙ୍ଗ ଗାଲାକ୍ସି ୭, ରେଡ୍‌‌ମି ୪ ଉପରେ ବଡ଼ ଧରଣର ଛାଡ଼ ମିଳିବାକୁ ଯାଉଛି।
ଲେନୋଭୋ କେ ୮ ଓ ପାନାସୋନିକ ଏଲୁଗା ୭୦୦ ଉପରେ ମଧ୍ୟ ଆପଣ ବେଶ୍ ରିହାତି ପାଇପାରିବେ। ଫ୍ଲିପକାର୍ଟ ପକ୍ଷରୁ ଏହାକୁ କୁହାଯାଉଛି ‘ବିଗ୍ ଲୁଟ’। ଏଥିସହିତ କିଛି ନୂଆ ମୋବାଇଲ ମଡେଲର ବିକ୍ରି ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ଏହିସବୁ ଅନଲାଇନ କମ୍ପାନି।
ଫ୍ରିଜ୍, ଟିଭି, ଏସି, ୱାସିଂ ମେସିନ ଉପରେ ଫ୍ଲିପକାର୍ଟ ୭୦ ପ୍ରତିଶତ ଛାଡ଼ ଦେବ। ଅଲ୍‌ଟ୍ରା ଏଚଡି ଟିଭି ଓ ବଡ଼ ସ୍କ୍ରିନ ଟିଭି ଉପରେ ୭୦ ହଜାର ଟଙ୍କା ଲେଖାଏଁ ରିହାତି ମିଳୁଛି। ଫ୍ୟାସନ ଓ ଲାଇଫଷ୍ଟାଇଲରେ ୫୦୦ଟି ବ୍ରାଣ୍ଡ ଉପରେ ଯେଉଁ ରିହାତି ମିଳିବ ତାକୁ କୁହାଯାଉଛି ‘ନେଭର୍ ବିଫୋର୍ ଅଫର’।
ଫ୍ଲିପକାର୍ଟର ବିକ୍ରି ଆଜି ଆରମ୍ଭ ହୋ‌ଇଯାଇଥିବା ବେଳେ ଆମାଜନର ଅଫର ୨୧ରୁ ୨୪ ପର୍ଯ୍ୟନ୍ତ ଚାଲିବ।
ଆମାଜନର ପ୍ରାଇମ୍ ମେମ୍ଵରମାନଙ୍କ ପାଇଁ ସେଲ ୧୨ ଘଣ୍ଟା ଆଗରୁ ଆରମ୍ଭ ହେବ। ଏହି କିସମର ଗ୍ରାହକମାନଙ୍କୁ ମୋବାଇଲ ଫୋନ ଉପରେ ୪୦ ପ୍ରତିଶତ ଛାଡ଼ ଓ ଇଲେକ୍ଟ୍ରୋନିକ୍‌ସ ସାମଗ୍ରୀ ଉପରେ ୬୦ ପ୍ରତିଶତ ରିହାତି ମିଳିବ ବୋଲି ଜଣାପଡିଛି।
ସେହିଭଳି ସ୍ନାପ୍‌ଡିଲ୍‍, ସପ୍‌କ୍ଲୁଜ୍‌ ଆଦି କମ୍ପାନି ମଧ୍ୟ ଖୁବ୍ ରିହାତି ଦରରେ ସାମଗ୍ରୀ ବିକ୍ରି କରୁଛନ୍ତି।

LEAVE A REPLY

Please enter your comment!
Please enter your name here