ଓଡ଼ିଶାଲାଇଭ୍ ବ୍ୟୁରୋ

କୁଲଦୀପ ଯାଦବଙ୍କ ଜବରଦସ୍ତ ବୋଲିଂ ଆଜି କମାଲ୍ କରିଛି। କୋଲକାତାର ଇଡେନ୍ ଗାର୍ଡନରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫୦ ରନ୍‌ରେ ପରାସ୍ତ କରିଛି। ଫଳରେ ଟିମ୍‌ ଇଣ୍ଡିଆ ୨-୦ରେ ଆଗୁଆ ରହିଛି।
ଗୁରୁବାର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ୫୦ ଓଭରରେ ଟିମ୍ ଇଣ୍ଡିଆ ୨୫୨ ରନ୍‌ ସଂଗ୍ରହ କରିଥିଲା। ୨୫୩ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍ ୪୩.୧ ଓଭରରେ ସମସ୍ତ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆ ଟିମ୍ ଖରାପ ବ୍ୟାଟିଂ କରିଥିଲା। ମାତ୍ର ୨ ରନରେ ପ୍ରଥମ ୱିକେଟ ପଡିଥିବା ବେଳେ ୯ ରନ୍‌ରେ ଦ୍ୱିତୀୟ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ। ତେବେ ଷ୍ଟିଭେନ୍ ସ୍ମିଥ୍ ଓ ତ୍ରବିସ ହେଡଙ୍କ ଭାଗିଦାରୀରେ ଦଳୀୟ ସ୍କୋର ୮୫ରେ ପହଞ୍ଚିଥିଲା।
ଟିମ୍‌ ଇଣ୍ଡିଆର କୁଲଦୀପ ଯାଦବ ଏବଂ ଭୁବନେଶ୍ବର କୁମାର ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଯବେନ୍ଦ୍ର ଚହଲ ୨ ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।
ଭାରତ ପ୍ରଥମ ପାଳିରେ ଓପନର ଆଜିଙ୍କ୍ୟ ରାହାଣେ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ଭାଗିଦାରୀରେ ନିର୍ଦ୍ଧାରିତ ୫୦ ଓଭରରେ ୨୫୨ ରନ୍ ସଂଗ୍ରହ କରିଥିଲା। କୋହଲି କେବଳ ୯୨ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୫୫ ରନ୍ କରିଛନ୍ତି। ମହେନ୍ଦ୍ର ସିଂ ଧୋନି ୫, କେଦାର ଯାଧବ ୨୪, ଭୁବନେଶ୍ୱର କୁମାର ୨୦, ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ୍ କରିବାକୁ ସମର୍ଥ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here