ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଆଁମାର ସୀମାନ୍ତରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଯୋଗୁଁ ଏହା ଭାରତର ସେୟାର ମାର୍କେଟ ଉପରେ ଘୋର ପ୍ରଭାବ ପକାଇଛି। ବିଗତ କିଛି ଦିନ ଧରି ଏମିତି ବି ସେୟାର ବଜାର ଏତେ ଭଲ ଚାଲିନଥିଲା। ତେବେ ଗୁରୁବାର ଦିନ ଏହି ଅତର୍କିତ ଆକ୍ରମଣ ଫଳରେ ସେୟାର ବଜାରକୁ ଆଉ ଏକ ବଡ଼ ଝଟକା ଲାଗିଛି। ଭାରତୀୟ ସେନା ପକ୍ଷରୁ ମିଆଁମାର ସୀମାନ୍ତରେ ଯେଉଁ ସେନା କାର୍ଯ୍ୟାନୁଷ୍ଠାନ ହେଲା ସେହି ଖବର ଆସିବା ମାତ୍ରେ ସେୟାର ବଜାରରେ ଖୁବ ଘାଟା ପରିଲକ୍ଷିତ ହୋଇଥିଲା।
ସକାଳେ ସେୟାର ମାର୍କେଟ ଖୋଲୁ ଖୋଲୁ ନିବେଶକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଥିଲା ଯାହାଫଳରେ ପ୍ରାୟ ୫୦୦ ଅଙ୍କ ପର୍ଯ୍ୟନ୍ତ ସେନସେକ୍ସ ତଳକୁ ଖସି ଆସିଥିଲା। ସେହଭଳି ନିଫ୍ଟି ମଧ୍ୟ ୯୭୫୦ ତଳକୁ ଆସିଯାଇଥିଲା।
ଗତ ବର୍ଷ ପାକିସ୍ଥାନ ସୀମାନ୍ତରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ ପରେ ବି ଏଭଳି ସେୟାର ବଜାରରେ ଅନିଶ୍ଚିତା ଦେଖାଦେଇଥିଲା। ଗୁରୁବାର ଦିନ ସେୟାର ବଜାର ବନ୍ଦ ହେବା ବେଳକୁ ସର୍ଜିକାଲ୍ ଷ୍ଟ୍ରାଇକର ପ୍ରଭାବ ଜାରି ରହିଥିଲା। ଗୁରୁବାର ଦିନର ସେନ୍ସେକ୍ସ ହ୍ରାସ ବିଗତ ତିନି ମାସ ମଧ୍ୟରେ ଏକ ରେକର୍ଡ ବୋଲି କୁହାଯାଉଛି। ୩୦ ଜୁନ ପରଠାରୁ ମାର୍କେଟ ଏତେ ତଳକୁ କେବେ ଆସିନଥିଲା।
ସେୟାର ମାର୍କେଟ୍ ଖସିବା ପଛରେ ସବୁଠାରୁ ବଡ଼ କାରଣ ଥିଲା ବିଦେଶୀ ପୁଞ୍ଜି ନିବେଶକାରୀମାନେ ବ୍ୟାପକ ପରିମାଣରେ ସେୟାର ବିକି ଥିଲେ। ତା’ ଛଡ଼ା ଆନ୍ତର୍ଜାତିକ ମୁଦ୍ରା ବଜାରରେ ମଧ୍ୟ କିଛି ଦିନ ଧରି ଭାରତୀୟ ମୁଦ୍ରା ଦୁର୍ବଳ ରହିଛି।

LEAVE A REPLY

Please enter your comment!
Please enter your name here